ୟୁକ୍ରେନ-ରୁଷ ଯୁଦ୍ଧ : ମହଙ୍ଗା ହୋଇପାରେ ସ୍ମାର୍ଟଫୋନ

ସତ୍ୟଶିଖା( ନୂଆଦିଲ୍ଲୀ )୨୫.୦୨.୨୦୨୨ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଲଗାତାର ଜାରି ରହିଛି। ୟୁକ୍ରେନ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଘୋଷଣା କରିଛି। ଏହି ଯୁଦ୍ଧର ପ୍ରଭାବ ବାକି ଦେଶ ଉପରେ ମଧ୍ୟ ପଡିଛି। ଏହି କାରଣରୁ ପ୍ରଥମରୁ ଚିପ୍ ଅଭାବର ସାମ୍ନା କରୁଥିବା ଶିଳ୍ପ ଉପରେ ସାଂପ୍ରତିକ ସ୍ଥିତିର ଗୁରୁତର ପ୍ରଭାବ ପଡିବାକୁ ଯାଉଛି।
ଏହି କାରଣରୁ ସ୍ମାର୍ଟଫୋନ ମଧ୍ୟ ମହଙ୍ଗା ହୋଇପାରେ। ରିସର୍ଚ୍ଚ ଫର୍ମ Techcet ଅନୁସାରେ ୟୁକ୍ରେନ ନିୟନ ଗ୍ୟାସର ସବୁଠୁ ବଡ ଉତ୍ପାଦକ। ଚିପ୍ ତିଆରିରେ ହେଉଥିବା ଲେଜର ପାଇଁ ଏହାର ବ୍ୟବହାର କରାଯାଏ। ୟୁକ୍ରେନ ୟୁଏସ ସେମିକଣ୍ଡକ୍ଟର ଗ୍ରେଡ ନିଅନର ୯୦ ପ୍ରତିଶତ ରପ୍ତାନୀ କରିଥାଏ।

ନ୍ୟୁଜ୍ ଏଜେନ୍ସି ରାଇଟର୍ସ ଅନୁଯାୟୀ, ପେଲେଡିୟମର ୩୫ ପ୍ରତିଶତ ଉତ୍ସ ରୁଷରେ ହିଁ ରହିଛି। ଏହି ମେଟାଲର ବ୍ୟବହାର ସେମିକଣ୍ଡକ୍ଟର ନିର୍ମାଣ ପାଇଁ କରାଯାଏ। ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ କାରଣରୁ ଏହି ସବୁ ଉପାଦାନର ଉତ୍ପାଦନ ହ୍ରାସ ପାଇବ ଏବଂ ରପ୍ତାନୀ ମଧ୍ୟ ସେହି ହିସାବରେ କମିଯିବ। ଏଥିରେ ଅଧିକ ପ୍ରଭାବିତ ହେବ ଇଣ୍ଟେଲ। କାରଣ ଇଣ୍ଟେଲ ୫୦ ପ୍ରତିଶତ ନିୟନ ପୂର୍ବ ୟୁରୋପରୁ ଆମଦାନୀ କରିଥାଏ।

ଆମେରିକା ରୁଷ ଉପରେ କଟକଣା ଲଗାଇବାକୁ ଘୋଷଣା କରି ସାରିଛି। ମାଇକ୍ରୋଚିପ୍ ରପ୍ତାନୀ ବନ୍ଦ କରାଯିବା ଏଥିରେ ସାମିଲ୍ ରହିଛି। ଏମିତି ହେଲେ ମୋବାଇଲ ଉତ୍ପାଦନ ପ୍ରଭାବିତ ହେବ। ଅନ୍ୟପଟେ ଦର ମଧ୍ୟ ବଢିବ।

Exit mobile version