ସତ୍ୟଶିଖା (ନ୍ୟୁୟର୍କ) ୦୩/୧୦/୨୦୨୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କରୋନା ସଂକ୍ରମିତ ହୋଇଥିଲେ । ସୂଚନା ଅନୁସାରେ ତାଙ୍କୁ ୱାଲଟର ରିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଟ୍ରମ୍ପଙ୍କ ଚିକିତ୍ସା କରୁଥିବା ଡାକ୍ତର ସିନ କନୋଲିଙ୍କ ସୂଚନା ଅନୁସାରେ ଗୁରୁବାର ଦିନ ଡୋନାଲ୍ଡ ଟ୍ରମ୍ପ୍ କରୋନାରେ ସଂକ୍ରମିତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହସ୍ପିଟାଲରେ ଭର୍ତ୍ତି, ହୋଇଛନ୍ତି କରୋନା ସଂକ୍ରମିତ l
