ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ନିର୍ବାଚନୀ ପୂର୍ବରୁ ହେବାକୁ ଥିବା ଶେଷ ବିତର୍କ ଆଜି ହୋଇଛି । ଟେନେସି ନୌସବିଲେରେ ହୋଇଥିବା ଏ ବିତର୍କରେ ଟ୍ରମ୍ପ ଓ ବିଡେନ ଆଜି ପୁଣି କିଛି ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ଉପରେ ଜୋରଦାର ଚର୍ଚା କରିଛନ୍ତି । ଏହି ଅବସରରେ ଟ୍ରମ୍ପ ପୁଣି ଥରେ ଜଳବାୟୁ ପରିବର୍ତନକୁ ନେଇ ଭାରତ, ରୁଷ ଓ ଚୀନକୁ ଦାୟୀ କରିଛନ୍ତି । ଟ୍ରମ୍ପ ଏହା ପୂର୍ବରୁ ମଧ୍ୟ ନିର୍ବାଚନୀ ରାଲିରେ ଏହି ଦେଶମାନଙ୍କ ଉପରେ ଅଭିଯୋଗ ଲଗାଇସାରିଛନ୍ତି ।
ତେବେ ଟ୍ରମ୍ପଙ୍କ ଏଭଳି ବୟାନରେ ଟ୍ବିଟରରେ ଝଡ ସୃଷ୍ଟି ହୋଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଙ୍ଗିତ କରି ଅନେକ ଟ୍ରମ୍ପଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖିବାକୁ କହିଛନ୍ତି । ଏପରିକି କପିଲ ସିବ୍ବଲ ମଧ୍ୟ ଟ୍ରମ୍ପଙ୍କ ଏଭଳି ବୟାନ ଉପରେ ଟ୍ବିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।