ଦୁର୍ଘଟଣାନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ପାଣିରେ ବୁଡିଗଲା ବେଳେ ଯୁବତୀକୁ ଉଦ୍ଧାର ପାଇଁ ଡେଇଁଲେ ୨ ଯୁବକ

ସତ୍ୟଶିଖା (ବାରଙ୍ଗ) ୨୮/୧୦/୨୦୨୦ : ବାରଙ୍ଗ ନରଣପୁର କାଠଯୋଡି ନଦୀ ଭାସିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଇଟାଭାଟିରେ କାମ କରୁଥିବା କିଛି ଯୁବକ ନିକଟସ୍ଥ ନରଣପୁର କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ । ସମସ୍ତେ ଗାଧାଉଥିବା ବେଳେ ଜଣେ ଯୁବତୀ ଭାସି ଯାଇଥିଲେ । ଏହା ଦେଖି ଯୁବତୀଙ୍କୁ ଉଦ୍ଧାର ପାଇଁ ଦୁଇ ଜଣ ଯୁବକ ପାଣିକୁ ଡେଇଁ ପଡିଥିଲେ ।

ସୁଦାମ ରାଏ ନାମକ ଯୁବକ ବୁଡିଯାଉଥିବା ଯୁବତୀଙ୍କୁ ଉଦ୍ଧାର କରି ଉପରକୁ ପଳାଇ ଆସିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରି ପାରିନଥିଲେ । ରୋହିତ ନାମକ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଦୁଇ ଘଣ୍ଟା ଖୋଜାଖୋଜି କଲା ପରେ ରୋହିତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ଘର ପଶ୍ଚିମବଙ୍ଗ ସିଂଘଭୂମି ଜିଲ୍ଲାର ବୋଲି ଜଣାପଡିଛି ।

Show More
Back to top button