ସମୁଦ୍ରରେ ଭାସିଯିବା ବେଳେ ୨ ପର୍ଯ୍ୟଟକ ଉଦ୍ଧାର, ୧ ମୃତ

ସତ୍ୟଶିଖା(ପୁରୀ  )୬.୦୯ .୨୦୨୧:  ପୁରୀ ସମୁଦ୍ରରେ ଭାସିଯିବା ବେଳେ ୨ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ସୂଚନା ମିଳିଛି । ମୃତ ଯୁବକ ହେଲେ ଶୁଭମ ସାହୁ। ତାଙ୍କ ବୟସ ୧୬ । ସେ ପୁରୀ ବଳିଆ ପଣ୍ଡା ଅଞ୍ଚଳର ବାସିନ୍ଦା। ଗତକାଲି ଠାରୁ ସେ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ସୁକ୍ଲା ସରଦାର (୫୫)। ସେ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି। ଅନ୍ୟ ଜଣେ ପର୍ଯ୍ୟଟକ ସୁମତି ଆଚାର୍ଯ୍ୟ (୫୫)। ସେ ଗଞ୍ଜାମର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କର ମଧ୍ୟ ଡାହାଣ ଗୋଡରେ ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Exit mobile version