ସତ୍ୟଶିଖା ୦୯/୧୨/୨୦୨୦ : ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଟିକେନା ଅଞ୍ଚଳରେ ବୁଧବାର ସକାଳୁ ଏନ୍କାଉଣ୍ଟର୍ରେ ୨ ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ କଶ୍ମୀର ପୁଲିସ, ସେନାର ଯବାନ ଏବଂ ସିଆର୍ପିଏଫ୍ ମିଳିତ ଭାବେ ଏକ ସର୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ତାଙ୍କ ଆଡୁ ସୁରକ୍ଷା ବାହାନୀ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଏନ୍କାଉଣ୍ଟର୍ରେ ମୃତ୍ୟୁ ହୋଇଛି ।
ପୁଲୱାମାରେ ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ
