ପୁଲିସ ଇନଫର୍ମର ସନ୍ଦେହରେ ୨ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ

ସତ୍ୟଶିଖା(ସୁକମା) ୧୯.୦୪.୨୦୨୧:  ସବୁ ସୀମା ଟପିଗଲେ ମାଓବାଦୀ। ଶେଷରେ ଛାତ୍ରଙ୍କୁ ବି ଛାଡ଼ିଲେନି। ପୁଲିସ ଇନଫର୍ମର ସନ୍ଦେହରେ ୨ ଛାତ୍ରଙ୍କୁ ହତ୍ୟା କଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ମିଲପାଲି ଜଙ୍ଗଲରେ।

ଦାନ୍ତେୱାଡ଼ା-ବିଜାପୁର-ସୁକମା ସୀମାନ୍ତ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଏହି ଦୁଇ ଛାତ୍ରଙ୍କୁ ହତ୍ୟା କରିଥିବା ସୁକ୍‌ମା ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୋମବାର ସକାଳେ ମିଲପାଲି ଜଙ୍ଗଲରେ ୨ ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ହତ୍ୟାର ଶିକାର ହୋଇଥିବା ଦୁଇ ଛାତ୍ର ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବା ସନ୍ଦେହ କରି ମାଓବାଦୀମାନେ ଉଭୟଙ୍କୁ ସେମାନଙ୍କ ଘରୁ ଡାକି ନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ମାଓବାଦୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ​‌ରେ ତୀବ୍ର ନିନ୍ଦା କରାଯାଇଛି।

Exit mobile version