ଦେଶନ୍ୟୁଜ୍ରାଜ୍ୟ

ରାଜ୍ୟର ୨ଜଣଙ୍କୁ ରାଷ୍ଟ୍ରପତି ପୁଳିସ ପଦକ,୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ

ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୦୧/୨୦୨୧ : ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସାହସିକତା ପୁଲିସ ପଦକ ଘୋଷଣା କରାଯାଇଛି । ଦେଶର ୨୦୫ ଜଣଙ୍କୁ ସାହସିକତା ପଦକ ମିଳିବ । ତେବେ ଜାମ୍ମୁ ଓ କାଶ୍ମୀରର ସର୍ବାଧିକ ୫୨ ପୋଲିସଙ୍କୁ ସାହସିକତା ପଦକ ମିଳିବ । ଓଡ଼ିଶାର ୨ ଜଣଙ୍କୁ  ରାଷ୍ଟ୍ରପତି ପୁଲିସ ପଦକ ସଂପର୍କରେ ଘୋଷଣା କରାଯାଇଛି । ପୁଲିସ ଅଧିକାରୀ ମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ଏହି ପୁଲିସ ପଦକ ଘେଷଣା କରାଯାଇଛି ।

ଗୁଇନ୍ଦା ନିର୍ଦ୍ଦେଶକ ଆର. କେ ଶର୍ମା ଏବଂ ବିଏସ୍‌ଏପି ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ । ଏହା ସହ ୧୧ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି । ରାଷ୍ଟ୍ରପତି ପୁଲିସ ପଦକ ବିଜେତାଙ୍କୁ  ପୁଲିସ ଡିଜି ଅଭୟ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୁଲିସ ପଦକ ପାଇବେ ।

Show More
Back to top button