ଦୁଇ ଦୁଷ୍କର୍ମକାରୀଙ୍କୁ ସଶ୍ରମ କାରାଦଣ୍ଡ : ଜଣକୁ ୧୦ବର୍ଷ ଓ ଅନ୍ୟ ଜଣକୁ ୬ ବର୍ଷ

ସତ୍ୟଶିଖା ( ବାରିପଦା ) ୨୨.୧୨.୨୦୨୧: ପୋକ୍ସୋ ନିୟମ ଅନୁସାରେ ଦୁଇ ଦୁଷ୍କର୍ମକାରୀଙ୍କୁ ବାରିପଦା ଏଡିଜେ କୋର୍ଟର ଦଣ୍ଡାଦେଶ ।  ଜଣକୁ ୧୦ବର୍ଷ ଓ ଅନ୍ୟ ଜଣକୁ ୬ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଗତ ୨୦୧୬ ମସିହା ମେ ମାସ ୧୨ ତାରିଖରେ ବୈଶିଙ୍ଗା ଥାନାର କେସ ନଂ ସି.ଟି ୪୦/୨୦୧୬ ର ଦୁଇ ଅଭିଯୁକ୍ତ ଶ୍ୟାମସୁନ୍ଦର ସିଂ ଓ ଶିବାନୀ ସିଂ ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ପିଡୀତା ଘର ପାଖ ଜଙ୍ଗଲକୁ ଶୌଚ ଯାଇଥିବା ବେଳେ ଅଭିଯୁକ୍ତ ଦୁଇ ଜଣ ଦୁଷ୍କର୍ମ କରିଥିଲେ । ଏହି ମାମଲାର ଶୁଣାଣି କରି ବୁଧବାର ମାନନୀୟ ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ କୁମାରୀ ସୁମିତା ଜେନା ଦେଇଛନ୍ତି ଏହି ଚୂଡାନ୍ତ ରାୟ।  ସଶ୍ରମ କାରାଦେଶ ସହିତ ଅତରିକ୍ତ ୧୩ ହଜାର ଟଙ୍କାର ଜରିମନା ମଧ୍ୟ କରିଛନ୍ତି କୋର୍ଟ।

Exit mobile version