ରାଜ୍ୟ

ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାରେ କାନ୍ଥ ଭୁଶୁଡ଼ି ୨ମୃତ

ସତ୍ୟଶିଖା(ଭୁବନେଶ୍ୱର )୧୩ .୦୯ .୨୦୨୧: କେନ୍ଦ୍ରାପଡାରେ କାନ୍ଥ ଭୁଶୁଡି ୨ଜଣଙ୍କ ମୃତ୍ୟୁ ହୋଇଛି ।  ପାଟକୁରା ଥାନା ଅନ୍ତର୍ଗତ ବଡ଼ ବେତରା ଗାଁରେ ଅଘଟଣ । ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ପଡ଼ି ଅଭୟ ମହାପାତ୍ର ନାମକ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତି ରାତିରେ ବୃଦ୍ଧ ଜଣଙ୍କ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଛି । ସେହିପରି ଡେରାବିଶର ଢିହସାହିରେ କାନ୍ଥ ଭୁଶୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ୬୦ବର୍ଷୀୟା ନର୍ମଦା ପୃଷ୍ଟି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ଲାଗିରହିଛି । ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବଡ଼ ବର୍ଷା ଯୋଗୁଁ ସହରତଳୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ ।

Show More
Back to top button