ପାଣି ପାଗ

ଆଗକୁ ଆସୁଛି ଦୁଇଟି ବଡ ଲଘୁଚାପ ଆସୁଛି ।

ସତ୍ୟଶିଖା ୨୯/୦୮/୨୦୨୫:ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା  ଉପକୂଳ ଅଞ୍ଚଳର ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଆଗକୁ ବଢ଼ିବ । ଘନୀଭୂତ ହୋଇ ୫ ତାରିଖବେଳକୁ ଅବପାତ ରୂପ ନେଇପାରେ। ସେହିପରି ପରବର୍ତ୍ତୀ ସପ୍ତାହର ଶେଷ ଆଡ଼କୁ  (୧୦/୧୧ ତାରିଖ) ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୩  ଭିତରେ ପ୍ରବଳ ବର୍ଷା ହୋଇପାରେ ।

ବର୍ତ୍ତମାନର ଆକଳନ ହେଲା, ଶୁକ୍ରବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା  ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,  ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ  ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩୧ରୁ ବର୍ଷା ପରିମାଣ  ବଢ଼ିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି ।  ଦୀର୍ଘଦିନ ପରେ ରାଜ୍ୟରେ ବର୍ଷା କମିଛି । ପାଗ ବଦଳିଛି । ଅନେକ  ସ୍ଥାନରେ ଖରାଟିଆ ପାଗ ଦେଖିବାକୁ ମିଳିଛି । ତଥାପି କିଛି ସ୍ଥାନରେ  ବର୍ଷା ହୋଇଛି ।

Show More
Back to top button