

ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧: ପୁଣି ଚର୍ଚ୍ଚାରେ ବିଜେବି କଲେଜ । ଫଳାଫଳକୁ ନେଇ ନୁହେଁ, ବରଂ ଗଣ୍ଡଗୋଳକୁ ନେଇ ପୁଣି ଚର୍ଚ୍ଚାର ପରିଧି ଭିତରକୁ ଆସିଛି ବିଜେବି କଲେଜ । ବିଜେବି କଲେଜରେ ୨ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି ହୋଇଛି । ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାରପିଟ ହୋଇଛି । ଏହି ଗଣ୍ଡଗୋଳରେ ୨ ହଷ୍ଟେଲର ୧୫ରୁ ଊଦ୍ଧ୍ୱର୍ ଛାତ୍ର ଆହତ ହୋଇଛନ୍ତି ।
ଗଣ୍ଡଗୋଳ ଯୋଗୁଁ ଖାରବେଳ ହଷ୍ଟେଲରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । ଗଣ୍ଡଗୋଳକୁ ଆଖି ଆଗରେ ରଖି ବିଜେବି କଲେଜ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।