ସତ୍ୟଶିଖା (ବାଙ୍କି) ୦୮.୦୬.୨୦୨୨: ମହାନଦୀ ମଝିରେ ଫସି ରହିଛନ୍ତି ୨ ହାତୀ । ସେମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ବି କୂଳକୁ ଆସୁ ନାହାନ୍ତି ହାତୀଦ୍ୱୟ । ଫଳରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ବନ ବିଭାଗ ପାଇଁ ଏକ ପ୍ରକାର ଚଲେଞ୍ଜ ହୋଇଛି।
କିଛି ଦିନ ପୂର୍ବେ ବାଙ୍କୀ ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ୨ଟି ହାତୀ ଉପଦ୍ରବ କରୁଥିଲେ ଓ ଫସଲ ଖାଉଥିଲେ। ମାତ୍ର ଡମପଡ଼ା ଅଞ୍ଚଳରେ ଫସଲ ସରିଯିବା ପରେ ସେମାନେ ମହାନଦୀ ପାର ହୋଇ ଆଠଗଡ଼ ସୁକାଶନ ଜଙ୍ଗଲକୁ ଯାଇଥିଲେ। ଆଜି ସେମାନେ ସୁକାଶନ ଜଙ୍ଗଲରୁ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁଥିଲେ।
ମାତ୍ର ଭଗିପୁର ନିକଟସ୍ଥ ମହାନଦୀ ମଝିରେ ସେମାନେ ଫସି ରହିଥିବା ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ବନ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ହାତୀଙ୍କୁ ଦେଖିବାକୁ କୂଳରେ ଅସମ୍ଭବ ଭିଡ଼ ହୋଇଛି।
ହାତୀଦ୍ୱୟଙ୍କୁ କୂଳକୁ ଆଣିବାକୁ ବନ ବିଭାଗ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ମାତ୍ର ସେମାନେ କୂଳମୁହାଁ ହେଉଥିବା ବେଳେ ଲୋକ ଭିଡ଼ ଦେଖି ଭୟଭୀତ ହୋଇ ପୁଣି ଥରେ ପାଣି ଭିତରକୁ ପଳାଇ ଯାଉଛନ୍ତି। ଅପରପକ୍ଷେ, ଲୋକ ଭିଡ଼କୁ କମାବା ପାଇଁ ପୁଲିସ୍ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ସେମାନଙ୍କ ଗତିବିଧୀ ଉପରେ ନଜର ରଖିଛି।
ସମ୍ବନ୍ଧିତ ଖବର
-
ଆଜି ବିଶ୍ୱ ଯୋଗ ଦିବସ । -
ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । -
ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । -
ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଛି ସ୍କୁଲ । -
ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । -
ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ସେଥିପାଇଁ ଇରାନ ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ l -
ମାତିଲେ ମାଓବାଦୀ । ବିଳମ୍ୱିତ ରାତିରେ ୩ ଜଣଙ୍କୁ ହତ୍ୟା କଲେ ଲାଲ୍ବାହିନୀ । -
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯିବେ । -
ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଷ୍ଟେସନର ଫଟୋ, ଭିଡିଓ ଉଠାଇବାରେ କଟକଣା ଜାରି କରାଯାଇଛି l -
ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ ।