ଦେଶ

କରୋନା ମୃତକଙ୍କୁ ୩୦ ମିନିଟ୍‌ ଦେଖିପାରିବେ ପରିବାର ଲୋକ, ଅନ୍ତିମ ସଂସ୍କାର କରିପାରିବେନି

କୋଲକାତା: ସମଗ୍ର ଦେଶରେ ଆଜିଠାରୁ ଅନଲକ-୧ ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ସରକାର ଲକଡାଉନ ନିୟମକୁ ୩୦ ଜୁନ ଯାଏ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଏଣିକି କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ବର୍ଗ ୩୦ ମିନିଟ୍‌ ଯାଏ ମରଶରୀରରୁ ଦର୍ଶନ କରିପାରିବେ। ହେଲେ ଅନ୍ତିମ ସଂସ୍କାର କେବଳ ସରକାରଙ୍କ ପକ୍ଷରୁ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି, “କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ମୃତଦେହକୁ ହସ୍ପିଟାଲ ପକ୍ଷରୁ ଏକ ଉପଯୁକ୍ତ ସ୍ଥାନରେ ରଖାଯିବ। ଏହାଦ୍ୱାରା ତାଙ୍କ ପରିବାର ଲୋକ ୩୦ ମିନିଟ୍‌ ଯାଏ ଅନ୍ତିମ ଦର୍ଶନ କରିପାରିବେ। କରୋନାରେ କେହି ପ୍ରାଣ ହରାଇଲେ, ହସ୍ପିଟାଲ ପକ୍ଷରୁ ଏକ ଘଣ୍ଟା ମଧ୍ୟରେ ଏହାର ସୂଚନା ପରିବାର ଲୋକଙ୍କ ଦେବେ।

ଆହୁରି ପଢ଼ନ୍ତୁ

ପୂରା ମରଶରୀରରୁ ଟ୍ରାନ୍ସପାରେଣ୍ଟ ଫେସ କଭରରେ ରଖାଯିବ। ତେବେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ ପ୍ରଶାସନ ହିଁ କୋଭିଡ ଗାଇଡଲାଇନ ଅନୁସାରେ କରିବେ।”

ଅନ୍ୟପକ୍ଷରେ ଲକଡାଉନ ବୃଦ୍ଧି ହୋଇଥିଲେ ହେଁ ଆଜି ରାଜ୍ୟରେ ସର୍ତ୍ତ ମୂଳକ ଭାବେ ମଲ, ରେଷ୍ଟୁରାଣ୍ଟ ଓ ଧାର୍ମିକ ସ୍ଥଳଗୁଡ଼ିକ ଖୋଲିଛି।

[ad_2]
Show More
Back to top button