

ସତ୍ୟଶିଖା(ନୂଆଦିଲ୍ଲୀ )୦୯.୦୨.୨୦୨୨ : ପୁଣି ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ଧର୍ମିଘଟ । ଯାହାକି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଦେଶର ସମସ୍ତ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କର କର୍ମଚାରୀମାନେ ନିଜ ନିଜର ବିଭିନ୍ନ ଦାବିକୁ ନେଇ ଧର୍ମଘଟରେ ସାମିଲ ହେବେ । ଏ ନେଇ ବ୍ୟାଙ୍କ ସମ୍ପୂର୍ଣ୍ଣ ବନ୍ଦ ରହିବ । ସମସ୍ତ ବ୍ୟାଙ୍କ କର୍ମଚାରୀ ସଂଘ ମିଳିତ ଭାବେ ଆସନ୍ତା ୨୩ ଓ ୨୪ ତାରିଖରେ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି ।
ସୂଚନା ଥାଉକି ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକିଦେବାକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟ କରିବା ନେଇ ଡାକରା ଦେଇଛନ୍ତି । ଏହି ସମୟରେ ଅନେକ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ସେବାରୁ ବଞ୍ଚିତ ହେବା ନେଇ ଚିନ୍ତା ବଢିଛି । ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକିଦେବାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ପ୍ରଥମେ ୟୁନିୟନ ତରଫରୁ ଗତବର୍ଷ ଡିସେମ୍ବର ମାସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଧର୍ମଘଟ କରାଯାଇଥିଲା । ଏହି ସମୟରେ ଅନେକ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇଥିଲେ ।
ୟୁନିୟନ ଦାବି କରିଛି କି ସରକାର ଜାଣିଶୁଣି ଜାତୀୟକରଣ ବ୍ୟାଙ୍କକୁ ଘରୋଇ ମାଲିକାନା ହାତରେ ଟେକି ଦେଉଛନ୍ତି । ଏହାଦ୍ୱାରା ସାଧାରଣ ଗ୍ରାହକମାନେ ବ୍ୟାଙ୍କ ସେବା ଓ ବ୍ୟାଙ୍କରୁ ମିଳୁଥିବା ଲାଭରୁ ବଞ୍ଚିତ ହେଉଛନ୍ତି । ପରୋକ୍ଷରେ ଜାତୀୟକରଣ ବ୍ୟାଙ୍କଗୁଡିକ ଘରୋଇ ମାଲିକାନା ହାତକୁ ଚାଲିଯିବା ପରେ ସେମାନେ ମନଇଚ୍ଛା ସେବାକର ଆଦାୟ କରୁଥିବା ନେଇ ସଂଘ ଅଭିଯୋଗ କରିଛି ।