ବାଣିଜ୍ୟରାଜ୍ୟ

ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ଖୋଲା ରହିଛି ଘରୋଇ ବ୍ୟାଙ୍କ

ସତ୍ୟଶିଖା(ନୂଆଦିଲ୍ଲୀ)୧୫.୦୩.୨୦୨୧: ଦୁଇଟି ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସୋମବାର ଏବଂ ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏଥିପାଇଁ ସୋମବାରଠାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ଦେଶବ୍ୟାପୀ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି। ଏହା ଫଳରେ ବ୍ୟାଙ୍କଗୁଡ଼ିକରେ ଟଙ୍କା ଉଠାଣ, ଟଙ୍କା ଜମା, ଚେକ୍‌ କ୍ଲିୟରାନ୍ସ ଏବଂ ଋଣ ମଞ୍ଜୁରୀ ଆଦି କାର୍ଯ୍ୟ ପ୍ରଭାବିତ ହୋଇଛି। ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ଏହି ଧର୍ମଘଟରେ ସାମିଲ ହୋଇନାହାନ୍ତି। ଫଳରେ ଘରୋଇ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପୂର୍ବଭଳି ସ୍ବାଭାବିକ ରହିଛି। ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାରେ ୯ଟି ବ୍ୟାଙ୍କ ୟୁନିୟନ ସାମିଲ ହୋଇଛନ୍ତି। ଧର୍ମଘଟରେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହୋଇଥିବା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟଚେଲମ କହିଛନ୍ତି।

Show More
Back to top button