

ସତ୍ୟଶିଖା (ଭୁବନେଶ୍ୱର) ୧୬.୦୩.୨୦୨୨: ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳିଲା ପତ୍ତା। ଏହି ଦୁଇ ଛାତ୍ରୀଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଉଦ୍ଧାର କରାଯାଇଛି। ରଲେୱେ ପୁଲିସ ଏମାନଙ୍କୁ ମଥୁରା ଷ୍ଟେସନରୁ ଉଦ୍ଧାର କରିଛି। ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଆଣିବା ପାଇଁ କମିଶନରେଟ୍ ପୁଲିସର ଏକ ଟିମ୍ ଏବେ ଉତ୍ତରପ୍ରଦେଶ ଯାଇଛି।
ଗତକାଲି ଦିନ ଦ୍ୱିପହରେ ଏହି ଦୁଇ ଛାତ୍ରୀ ଗାଏବ ହୋଇଯାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ ଶହିଦନଗର ଥାନାରେ ଏତଲା ଦିଆଯାଇଥିଲା। ଦୁଇ ଛାତ୍ରୀଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିଲା। ଏହାପରେ ପୁଲିସ ଖୋଲତାଡ ଆରମ୍ଭ କରିଥିଲା।