Uncategorizedଦୁର୍ଘଟଣା
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, 4 ମୃତ


ସତ୍ୟଶିଖା (ଭୁବନେଶ୍ୱର ) ୨୫.୧୦.୨୦୨୩ : ନୂଆପଡ଼ା ବୋଡ଼େନ ଥାନା ଝିରନିଖୋଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂଜା ଦେଖି ଫେରିବା ବାଟରେ ଜଗି ବସିଥିଲା ଜମ । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଚାଲିଗଲା ୪ ଜୀବନ । ୩ ଜଣ ଗୁରୁତର ବୋଡେନ ଏବଂ ନୂଆପଡା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ମୃତକ ଚାରି ଜଣ ବୋଡେନ ଥାନା କମଳାମାଲ, ଭୀମାପଦର ଏବଂ ଭାଇସାଦାନୀ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଦଶହରା ପୂଜା ଦେଖି ଫେରୁଥିବା ବେଲେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।