

ସତ୍ୟଶିଖା(ଭୁବନେଶ୍ୱର )୨୭.୦୯ .୨୦୨୧: ପାଟନା : ବିହାରରେ ଡଙ୍ଗା ଓଲଟି ବୁଡ଼ିଗଲେ ୨୨ ଜଣ। ବିହାର ମୋତିହାରି ଜିଲ୍ଲାର ଚିରୈୟା ପ୍ରଖଣ୍ଡର ଶିକାରଗଞ୍ଜ ଥାନା ଅଧୀନସ୍ଥ ଅଞ୍ଚଳରେ ରବିବାର ଅପରାହ୍ନରେ ସିକରହନା ନଦୀରେ ଡଙ୍ଗା ଓଲଟି ୨୨ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କ ଶବ ଉଦ୍ଧାର ହୋଇଛି ଓ ଅନ୍ୟମାନଙ୍କୁ ଏବେ ବି ଖୋଜୁଛି ଉଦ୍ଧାରକାରୀ ଦଳ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଡଙ୍ଗା ଓଲଟିବା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପୂରା ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି। ନଦୀରେ ବୁଡ଼ିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏବେ ବି ପ୍ରୟାସ ଜାରି ରହିଛି। ଏକ ଛୋଟ ଡଙ୍ଗାରେ ୧୨ ଜଣ ବସିବା ଭଳି ସ୍ଥାନ ଥିବା ବେଳେ ସେଥିରେ ୨୨ ଜଣ ଲୋକ ବସି ନଦୀ ପାର ହେଉଥିଲେ। ଅଧିକ ଓଜନ ହୋଇଯିବାରୁ ଡଙ୍ଗାଟି ନଦୀ ମଝିରେ ଓଲଟି ପଡ଼ିଥିଲା ଓ ସମସ୍ତ ଯାତ୍ରୀ ଭାସିଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ମାତ୍ର ୬ ଜଣଙ୍କ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଅନ୍ୟମାନଙ୍କୁ ଖୋଜୁଥିବା ନେଇ କହିଛି ଉଦ୍ଧାରକାରୀ ଟିମ୍।