ରାଜ୍ୟ
ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲା l


ସତ୍ୟଶିଖା ୧୮ .୦୮.୨୦୨୦ : ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬ ଫୁଟ୍ ଅତିକ୍ରମ କରିଛି । ଡ୍ୟାମ୍ ର ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସୋମବାର ରାତି ସୁଦ୍ଧା ୨୦ଟି ଗେଟ୍ ଦେଇ ୨ ଲକ୍ଷ ୬୧ ହଜାର ୧୬୩ କ୍ୟୁସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି ।
ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡରକୁ ଜଳପ୍ରବେଶକୁ ଆଖିଆଗରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୨୦ଟି ଗେଟ୍ ଖୋଲିଛନ୍ତି । ତେବେ ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ୍ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡିଛି ।