Uncategorizedନ୍ୟୁଜ୍ରାଜ୍ୟ

ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ସତ୍ୟଶିଖା(ମାଲକାନଗିରି )୨୯.୦୯ .୨୦୨୧:  ଭୁଶୁଡୁଛି ଲାଲ୍ ଗଡ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ୨୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ । ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ମାଓବାଦୀ ରହିଥିବା ଜଣାପଡିଛି । କିସ୍ତାରାମ ଠାରେ ଥିବା ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ୨୪ ଜଣ ମାଓବାଦୀ । ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସପି ସୁନିଲ ଶର୍ମା ଓ ସିଆରପିଏଫ କମାଣ୍ଡେଣ୍ଟ ଜେପି ବତାଇଙ୍କ ଉପସ୍ଥିତିରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି ।

ଖବର ଅନୁଯାୟୀ,  ନିଜର ସ୍ଥିତି ବଜାଇ ରଖିବା ଲାଗି ବସ୍ତର ଅଞ୍ଚଳରେ ଏବେ ମାଓବାଦୀ ମାନେ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର ଓ ଜୁଲମ୍ କରୁଥିବାରୁ ଏମାନେ ମାଓ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଶତାଧିକ ଗାଁ ଲୋକଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ ଜବାନ ମାନେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ପରେ ସେମାନଙ୍କୁ ଖାଇବା ପିଇବା ଦେଇ ଉତ୍ତମ ବ୍ୟବହାର କରିଥିଲେ । ଏମାନଙ୍କୁ ଦେଖି ଅନ୍ୟ ନକ୍ସଲ ପନ୍ଥି ମାନେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ବୋଲି ପୋଲିସ ଆଶା ରଖିଛି ।

Show More
Back to top button