ମଧ୍ୟାହ୍ଣ ଭୋଜନ ଖାଇ ଆଦର୍ଶ ବିଦ୍ୟାଳୟର ୨୫ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସତ୍ୟଶିଖା (ବୌଦ୍ଧ) ୦୨.୦୬.୨୦୨୨: ବୌଦ୍ଧ ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ମଣିପୁର ଆଦର୍ଶ ବିଦ୍ୟାଳୟର ୨୫ ଜଣ ଛାତ୍ରୀ ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି ।

୧୫ ଜଣ ଛାତ୍ରୀ ହଷ୍ଟେଲରେ ଔଷଧ ଖାଇ ସୁସ୍ଥ ହୋଇଥିବା ବେଳେ ୧୦ ଛାତ୍ରୀଙ୍କ ଅବସ୍ଥା କିନ୍ତୁ ସୁଧୁରି ନଥିଲା । ୧୦ ଜଣ ଛାତ୍ରୀ ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ସେଠାରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ସେପଟେ ହଷ୍ଟେଲ କର୍ତ୍ତୃପକ୍ଷ ଆଜିର ଖାଦ୍ୟର ବିବରଣୀକୁ ନେଇ ମୁହଁ ଖୋଲୁନଥିବାରୁ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଥିବା ବେଳେ ହଷ୍ଟେଲରେ କେବଳ ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ନା ଆହୁରି ଅଧିକ ସଂଖ୍ୟାରେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି, ଖାଦ୍ୟର ମାନ କଣ ରହିଥିଲା, ଛାତ୍ରୀମାନେ ଅସୁସ୍ଥ ହେବାର କାରଣ କଣ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version