ସତ୍ୟଶିଖା (ମୁମ୍ବଇ) ୨୬/୧୧/୨୦୨୦ : ନଭେମ୍ବର ୨୬, ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣକୁ ୧୨ବର୍ଷ ପୂରଣ ହୋଇଛି । ୧୨ବର୍ଷ ପୂର୍ବେ ଆଜିର ଦିନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କବାଦୀ ମୁମ୍ବଇ ସହରରେ ପଶି ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ପାକିସ୍ତାନ କରାଚି ବନ୍ଦରରୁ ସମୁଦ୍ର ପଥରେ ଆସି ମୁମ୍ବଇ ସହରରେ ଅନୁପ୍ରବେଶ କରିଥିଲେ । ପରେ ସେମାନେ ସହରର ବିଭିନ୍ନ ସ୍ଥାନ ଯଥା ଛତ୍ରପତି ଶିବାଜୀ ଟର୍ମିନସ, ଚବାଡ ହାଉସ, ହୋଟେଲ ଓବରାଇ ଟ୍ରାଇଡେଣ୍ଟ, ତାଜ ପ୍ୟାଲେସ, ନରିମାନ ହାଉସରେ ଆକ୍ରମଣ ଘଟାଇଥିଲେ । ୪ ଦିନ ଧରି ଏହି ଆକ୍ରମଣ ଚାଲିଥିଲା । ପରେ ଏନଏସଜି କମାଣ୍ଡୋଙ୍କ ସ୍ଵତନ୍ତ୍ର ଅପରେସନ (ବ୍ଲାକ୍ ଟର୍ଣ୍ଣାଡୋ)ରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ।
୨୬/୧୧ ମୁମ୍ବଇ ଆକ୍ରମଣର ୧୨ବର୍ଷ ପୂର୍ତ୍ତି
