ସତ୍ୟଶିଖା ୧୨/୧୨/୨୦୨୦ : ଟିଭିଏସ୍ ଗ୍ରୁପ୍ ଦେଶର ଏକ ପୁରୁଣା ବ୍ୟବସାୟିକ ସାମ୍ରାଜ୍ୟ । ୧୦୯ ବର୍ଷ ତଳେ ୧୯୧୧ ମସିହାରେ ଟି ଭି ସୁନ୍ଦରମ୍ ଆୟେଙ୍ଗାରଙ୍କ ଦ୍ୱାରା ଏହି କମ୍ପାନି ସ୍ଥାପନ ହୋଇଥିଲା । ଅଟୋମୋବାଇଲ ଠାରୁ ଆରମ୍ଭ କରି ଅଟୋ ଉପକରଣ, ଲଜିଷ୍ଟିକ୍ସ ଓ ଫାଇନାନ୍ସ ଆଦି ବିବିଧ ବ୍ୟବସାୟ ଏହି ଗ୍ରୁପ୍ କରିଆସୁଛି । ପ୍ରତିଷ୍ଠାତାଙ୍କ ତୃତୀୟ ଓ ଚତୁର୍ଥ ପିଢ଼ିର ପରିବାର ଲୋକେ ଏହି ଗ୍ରୁପ୍ କମ୍ପାନି ଗୁଡ଼ିକୁ ପରିଚାଳିତ କରୁଛନ୍ତି । ତେବେ ମାଲିକାନାସ୍ଵତ୍ୱକୁ ସରଳ କରିବା ପାଇଁ ପରିବାର ବରିଷ୍ଠ ସଦସ୍ୟମାନେ ନିଷ୍ପତ୍ତି ନେଇଛନ୍ତି । ଆୟେଙ୍ଗାରଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯେଉଁ କମ୍ପାନିର ପରିଚାଳନା କରୁଛନ୍ତି ମୁଖ୍ୟତଃ ସେହିମାନଙ୍କ ନିକଟରେ ସେ କମ୍ପାନିର ଅଂଶଧନ ରହିବ । ଗ୍ରୁପ୍ରେ ଏପ୍ରକାର ପୁନର୍ଗଠନ ହେଲେ କମ୍ପାନି ପରିଚାଳନା ସହଜ ହେବ ବୋଲି ଆଶା କରାଯାଉଛି ।
ଟିଭିଏସ୍ ଗ୍ରୁପ୍ରେ ଦାୟିତ୍ୱ ଶୁଣାଣି
