ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ପେ’ ଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା । ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଘଟଣା ଘଟିଛି । ଚନ୍ଦ୍ରଶେଖରପୁରର ବୈରାଗ ଚରଣ ରାଉତଙ୍କ ଝିଅ ଏୟାରଟେଲ ଡିଜିଟାଲ ଟିଭି ପାଇଁ ରିଚାର୍ଜ କରୁଥିଲେ । ହେଲେ ରିଚାର୍ଜ ନହେବା କାରଣରୁ ଗୁଗୁଲରେ ପେଟିଏମ ହେଲ୍ପ ଲାଇନ ନମ୍ବରରେ କଲ କରି କଥା ହେବା ସମୟରେ ଆକାଉଂଟରେ ଟଙ୍କା କଟିଯାଇଥିଲା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ସାଇବର କ୍ରାଇମ ଡିପାର୍ଟମେଂଟରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।
ମହଙ୍ଗା ପଡିଲା ପେଟିଏମ ଜରିଆରେ ଟିଭି ରିଚାର୍ଜ !
