ସ୍ୱାସ୍ଥ୍ୟ

ଗ୍ରୀଷ୍ମଜନିତ ତ୍ୱଚା ସମସ୍ୟା ଦୂର କରିବ ହଳଦୀ-ନିମପତ୍ର

ସତ୍ୟଶିଖା,(ଭୁବନେଶ୍ୱର) ୩୦ .୦୩ .୨୦୨୧ : ଏବେ ଖରାର ‌ପ୍ରକୋପ ଧୀରେ ଧୀରେ ବଢ଼ୁଥିବାବେଳେ ଏହା ସହ ଗୁଳୁଗୁଳି ମଧ୍ୟ ହେଉଛି। ଫଳରେ ଦେହରୁ ଅଧିକ ଝାଳ ବାହାରି ଥାଏ। ଏବଂ ଏହାଦ୍ବାରା ଶରୀର ଜଳା ପୋଡ଼ା ହେବା ସହ ବହୁତ କୁଣ୍ତାଇ ହୋଇ ଦେହରେ ଫଳି ଯାଇଥାଏ। ଏଥି ପାଇଁ ବିଭିନ୍ନ ପ୍ରକାରର ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଏ। ହେଲେ ଏହା ପାଇଁ ଘରୋଇ ଉପଚାର ମଧ୍ୟ ରହିଛି। ଏହି ଘରୋଇ ସାମଗ୍ରୀ ବ୍ୟବହାର କରି ପୋଡ଼ା ଜଳା ଓ କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇ ପାରିବା। ୨୦ରୁ ୨୫ ଟି ନିମ ପତ୍ରରେ ଦୁଇ ଚାମଚ ହଳଦୀ ମିଶାଇ ତାହାକୁ ଭଲ ଭାବେ ବାଟି ଏକ ପେଷ୍ଟ ପ୍ରସ୍ତୁତ କରି ତାହାକୁ ପୋଡ଼ା ଜଳା ଓ କୁଣ୍ତାଇ ହେଉଥିବା ଜାଗାରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ତାହାକୁ ଲଗାଇ ରଖିବା ପରେ ଲଗାଇଥିବା ପେ‌ଷ୍ଟଟିକୁ କିଛି ସମୟ ହାତରେ ମସାଜ କରି ଭଲ ଭାବେ ପାଣିରେ ଧୋଇ ନିଅନ୍ତୁ। ଏହି ପକ୍ରିୟାକୁ ସପ୍ତାହକୁ ତିନି ଥର କରି ପାରି‌େବ। ଏହାସହ ଜଳାପୋଡ଼ା ଓ କୁଣ୍ତାଇ ହେବା ସ୍ଥାନରେ ବରଫ ୫ ମିନିଟ୍‌ ସମୟ ଯାଏ ଲଗାଇ ରଖି ପାର‌ିବେ। ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରଚୁର ପାଣି ପିଇବା ଅତ୍ୟନ୍ତ ଜରୁରୀ।

Show More
Back to top button