ରାଶିଫଳ

ମଙ୍ଗଳବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୧୬/୦୨/୧୦୨୧ :

ମେଷ – ଶନି ଦୃଷ୍ଟି ଚନ୍ଦ୍ରହେତୁ ସାମାଜିକ ସ୍ତରରେ ନିଜ ଲୋକ କେହି ହାଇରାଣରେ ପକାଇବାକୁ ଚେଷ୍ଟା କରିବେ । ଶାରୀରିକ ସୁସ୍ଥତା ଫେରିଆସିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୩ ।

ବୃଷ – ଉଚ୍ଚାରୋହୀ ଶୁକ୍ରଙ୍କ ଯୋଗୁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ରରେ ଉତ୍ତେଜିତ ହୋଇ ଭୁଲ୍‌ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୮ ।

ମିଥୁନ – ଚନ୍ଦ୍ରଙ୍କ କୋଣାବସ୍ଥାନ ହେତୁ ଅର୍ଥନୈତିକ ଦୃଷ୍ଟି କୋଣରୁ ଦିନଟି ଭଲରେ ଅତିବାହିତ ହେବ । ପାରିବାରିକ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କର୍କଟ – ବ୍ୟୟାଧିପ ସପ୍ତମସ୍ଥ ଯୋଗୁ ଆର୍ଥିକ ଅନଟନ ହେତୁ ଚାହୁଁଥିବା ଜିନିଷ ପ୍ରାପ୍ତିର ଆଶା ପୂରଣ ହୋଇପାରିବ ନାହିଁ । ପାରିବାରିକ ସମସ୍ୟାରେ ଭୁଲ୍‌ ନିଷ୍ପତ୍ତି ନେଇ ପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬ ।

ସିଂହ – ଶନିକ୍ଷେତ୍ରସ୍ଥ ରବି ହେତୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚାଲିବା ସାଙ୍ଗକୁ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ । ବୈଷୟିକ କ୍ଷେତ୍ରରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

କନ୍ୟା – ବୃହସ୍ପତିଙ୍କ ପ୍ରଭାବରେ ନିଜ ପରିସରର ବ୍ୟକ୍ତିମାନଙ୍କ ଅନୁରୋଧ କ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା – ନୀଚସ୍ଥ ଗୁରୁଙ୍କ ଯୋଗୁ ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ ମନ ଭଲ ଲାଗିବ ନାହିଁ । କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ବିଛା – କର୍ମାଧିପତିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ହେତୁ ଆଜିର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ମାଲିମୋକଦ୍ଦମାରେ ବିଜୟ ଆଶା କରିବେ । ଶୁଭ ଅଙ୍କ କଫି । ଶୁଭ ଅଙ୍କ ୩ ।

ଧନୁ – ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମକର – ଦୀର୍ଘଦିନର ଅବସୋସ ମେଣ୍ଟିଯିବ ଏବଂ ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ । ମାନସିକ ଚାପ କାରଣରୁ ରକ୍ତଚାପ ବଢିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

କୁମ୍ଭ – ନୂତନ କର୍ମସସ୍ଥାନ ପାଇଁ ମନ ଦେଇପାରନ୍ତି, କିନ୍ତୁ କେତୁ ସମସ୍ୟା ସୃଷ୍ଟି କରିପାରନ୍ତି । ଯେକୌଣସି କାମ ହେଉ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ମୀନ– କେତେକ କାମରେ ପ୍ରତିବନ୍ଧକ ଯୋଗୁ ଆଶାନୁଯାୟୀ ଅଗ୍ରଗତି ହୋଇପାରିବ ନାହିଁ । କୌଣସି ବନ୍ଧୁ ଠିକ୍‌ ଖବର ଦେବାରେ ହେଳା କରିବା ଯୋଗୁ ଅସୁବିଧା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୪ ।

Show More
Back to top button