ଏହି ଭାରତୀୟ ଝିଅ ବାହାଘରରେ କରିଥିଲେ ୪୮୫ କୋଟି ଟଙ୍କା ଖର୍ଚ୍ଚ

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ଲୋକପ୍ରିୟ ବ୍ୟବସାୟୀ ତଥା ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ବାହାଘରରେ ୪୮୫ କୋଟି ଟଙ୍କର ଖର୍ଚ କରିଥିଲେ । ଏ ନେଇ ସେ ବେଶ୍ ଚର୍ଚାରେ ଥିଲେ । ଏବେ କିନ୍ତୁ ସେ ବ୍ରିଟେନର ସବୁଠୁ ବଡ଼ ଦେବାଳିଆ ହୋଇଯାଇଛନ୍ତି। ସେ କହନ୍ତି ତାଙ୍କ ଉପରେ ପାଖାପାଖି ୨୫୪ କୋଟି ପାଉଣ୍ଡ ଋଣ ଅଛି। ଏହା ସହ ସେ ସ୍ତ୍ରୀଙ୍କ ଖର୍ଚରେ ଚଳୁଛନ୍ତି ।
୬୪ ବର୍ଷୀୟ ମିତ୍ତଲଙ୍କୁ ଏହି ବର୍ଷ ଲଣ୍ଡନର ଇନସଲଭେନ୍ସି ଓ କମ୍ପାନିଜ କୋର୍ଟ ଦ୍ବାରା ଦେବାଳିଆ ଘୋଷଣା କରାଯାଇଛି । ତାଙ୍କ କହିବା କଥା ତାଙ୍କ ଉପରେ ସୁମଦାୟ ୨୫୪ ହଜାର କୋଟି ଟଙ୍କାର ଋଣ ଅଛି । ଏଥିରୁ ୧୭ କୋଟି ପାଉଣ୍ଡ ଋଣ ସାମିଲ ଅଛି ଯାହା ସେ ୯୪ ବର୍ଷୀୟ ବାପାଙ୍କ ଠାରୁ ଉଧାର ନେଇଛନ୍ତି । ଏହିଭଳି ସେ ପତ୍ନୀ ସଙ୍ଗୀତାଙ୍କ ଠାରୁ ୧୧ ଲକ୍ଷ ପାଉଣ୍ଡ ଓ ପୁଅ ଦିବ୍ୟେଶଙ୍କ ଠାରୁ ୨୪ ଲକ୍ଷ ପାଉଣ୍ଡ ଓ ଜଣେ ସମ୍ପର୍କୀୟଙ୍କ ଠାରୁ ୧୧ ଲକ୍ଷ ପାଉଣ୍ଡ ଉଧାର ନେଇଛନ୍ତି ।
ସେ କହିଛନ୍ତି ଏବେ ତାଙ୍କ ପାଖରେ କେବଳ ୧.୧୦ ଲକ୍ଷ ପାଉଣ୍ଡର ଆସେଟ୍ ରହିଛି। ମିତ୍ତଲ ଋଣଦାତାଙ୍କୁ ମାମୁଲି ଅଂଶ ଦେବା ପାଇଁ ପ୍ରସ୍ତୁତ । ଏହା ସହ ସେ ଆଶା ରଖିଛନ୍ତି ଯେ ଏହି ଦେବାଳିଆ ସମସ୍ୟାରୁ ସେ ଖୁବଶୀଘ୍ର ସମାଧାନ କରିବେ । ତେବେ ସେ ସବୁଠୁ ଅଧିକ କରଜ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡର କମ୍ପାନି ଡାଇରେକ୍ଟ ଇନଭେସମେଣ୍ଟ ଲିମିଟେଡରୁ ନେଇଛନ୍ତି । ସେହି କମ୍ପାନିକୁ ୧୦୦ କୋଟି ପାଉଣ୍ଡ ଦେବାକୁ ହେବ ।
ପ୍ରମୋଦ ମିତ୍ତଲ ୨୦୧୩ରେ ଝିଅ ସୃଷ୍ଟିର ବାହାଘର ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୁଲରାଜ ବହଲଙ୍କ ସହ କରିଥିଲେ । ଏପରିକି ସେ ତାଙ୍କ ଭାଇ ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ବାହାଘର ଠାରୁ ୪୮୫ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଥିଲେ । ଏବେ ତାଙ୍କର କିଛି ଆମଦାନୀ ନ ଥିବାରୁ ତାଙ୍କ ପତ୍ନୀ ଏବେ ଘର ଚଳାଉଛନ୍ତି । ଏବେ ସେ କହିଛନ୍ତି ପ୍ରତି ମାସରେ ଦୁଇ ହଜାରରୁ ୩ ହଜାର ପାଉଣ୍ଡ ଖର୍ଚ ମୁଖ୍ୟତଃ ତାଙ୍କ ପତ୍ନୀ ଓ ପରିବାର ଲୋକ ତୁଲାଉଛନ୍ତି । ଦେବାଳିଆ ପ୍ରକ୍ରିୟାର ଆଇନଗତ ଖର୍ଚ୍ଚକୁ ଅନ୍ୟ ଜଣେ ବହନ କରୁଛନ୍ତି ।
ଜିଆଏଆଇଏଲ କମ୍ପାନିର ସେ ଥିଲେ ସହ-ମାଲିକ ଓ ଏହାର ସୁପରଭାଇଜ ବୋର୍ଡର ମୁଖିଆ । ତେବେ କମ୍ପାନିର ଋଣକୁ ନେଇ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ ଏବଂ ସେଇଠୁ ହିଁ ତାଙ୍କ ଖରାପ ଦିନ ଆରମ୍ଭ ହେଲା । ୨୦୧୩ରେ କମ୍ପାନି ପ୍ରାୟ ୧୬.୬ କୋଟି ଡଲାର ଋଣ ପରିଶୋଧ କରିବାରେ ବିଫଳ ହେଲେ । ପ୍ରମୋଦ ମିତ୍ତଲଙ୍କୁ ଗତବର୍ଷ କମ୍ପାନିର ଦୁଇ ଅନ୍ୟ ଅଧିକାରୀଙ୍କ ସହ ଗିରଫ କରାଯାଇଥିଲା ।






