ରାଶିଫଳ

ମଙ୍ଗଳବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ମଙ୍ଗଳବାର ) ୦୫/୦୧/୨୦୨୧ :

ମେଷ – ଆଜି ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ଚନ୍ଦ୍ରମଙ୍ଗଳଙ୍କ ସଂଯୋଗରୁ ଭଲ ରହିବ । ଯାନବାହନ ଚଳାଚଳରେ, ଆଲୋଚନା କ୍ଷେତ୍ରରେ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିମାନର ଫଳ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ବୃଷ – ଅଭାବ ଅସୁବିଧାବଶତଃ ଧାରକାରଜ କରି ଆବଶ୍ୟକତା ଚଳାଇ ନେବେ । ଅପ୍ରିୟ ସତ୍ୟ କହି ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ଶିକାର ହେବେ । କୌଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ମିଥୁନ – ଟିକିଏ ଧୈର୍ଯ୍ୟଧରି ରହିପାରିଲେ କାର୍ଯ୍ୟସିଦ୍ଧି ଘଟିବ । ବନ୍ଧୁଙ୍କ ପରାମର୍ଶରେ ନୂତନ ଭାବେ କିଛିଟା ଆରମ୍ଭ କରି ଏକପ୍ରକାର ଆତ୍ମତୃପ୍ତି ଲାଭ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କର୍କଟ – ଆଜି ଆପଣଙ୍କ ବନ୍ଧୁଙ୍କୁ ମାଧ୍ୟମ କରି ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । କୌଣସି ମୂଲ୍ୟବାନ ଜିନିଷ କିଣାବିକାକୁ କେନ୍ଦ୍ର କରି ଟଣାଓଟରା ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ସିଂହ – ଅନ୍ୟମାନଙ୍କ ଟେକାଟେକି କଥାରେ ଉତ୍‌ଫୁଲ୍ଲିତ ହୋଇ କାମ କଲେ ଅସୁବିଧାରେ ପଡିପାରନ୍ତି । ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଆଶାନୁରୂପ ଅବଶ୍ୟ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କନ୍ୟା – ପାରିବାରିକ କ୍ଷେତ୍ରରେ ଆପଣଙ୍କ ଭୁଲ୍ ନିଷ୍ପତ୍ତି ହିଁ ସମସ୍ୟାକୁ ବଢାଇ ଦେଇପାରେ । ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ଆପଣ ପାଟି ଖୋଲିଲେ ସହାୟତା କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ତୁଳା – ଅତୀତ ଘଟଣା, ଆର୍ଥିକ ଦୁରବସ୍ଥା ଓ ସାମାନ୍ୟ ଶାରୀରିକ ପୀଡା ରହିବ, କିନ୍ତୁ କାମ ଅଟକିବ ନାହିଁ । ଆକସ୍ମିକ ଭାବେ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବିଛା – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ । ଅନ୍ୟମନସ୍କ ତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ଧନୁ – ଆଜି କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ କାମ ହାସଲ କରିବାକୁ ପଡିବ । ଅନ୍ୟମାନଙ୍କ କଥାକୁ ସତ ମନେ କରି ପଦାଧିକାରୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ମକର – ସାଧାରଣ କଥାରେ ତର୍କବିତର୍କଜନିତ ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବେଯାଗୁ ବିଚଳିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ – ଆଜି ଦିନଟିରେ ବନ୍ଧୁଙ୍କ ସହ-ଯୋଗ ଆଶା ନିରର୍ଥକ ହେବ ନାହିଁ । ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି । ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ମୀନ – ଆଜି ଆକସ୍ମିକ ଭାବରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ । ପଡୋଶୀ ନିଆଁରେ ଘିଅ ଢାଳିଲା ଭଳି କଥା କହି ପରିସ୍ଥିତିକୁ ବଢାଇ ଦେଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

Show More
Back to top button