ବାସ୍ତୁଶାସ୍ତ୍ରରାଶିଫଳ

ମଙ୍ଗଳବାର ରାଶିଫଳ: କେମିତି କଟିବ ଆଜିର ଦିନ

ସତ୍ୟଶିଖା(ଭୁବନେଶ୍ୱର) ୦୪.୦୫.୨୦୨୧:

ମେଷ: ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ତ ହୋଇପାରନ୍ତି। ବନ୍ଧୁମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ସମସ୍ୟାକୁ ବଢ଼ାଇ ଦେଇପାରେ। ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

ବୃଷ: ଆଶା ପୂରଣ ହେବ। ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ମହିଳାମାନଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ।

ମିଥୁନ: ଅଟକି ଥିବା କାମ ଶେଷ କରିବାକୁ ସକ୍ଷମ ହେବେ। ପ୍ରିୟଜନଙ୍କ ସହଯୋଗ ପାଇ ଜମିଜମା ସମ୍ପର୍କିତ ବିବାଦର ସମାଧାନ କରିପାରିବେ।

କର୍କଟ: ଅନ୍ୟମାନଙ୍କର ଭଲ କରିବାକୁ ଯାଇ ନିଜେ ସମସ୍ୟାରେ ପଡ଼ିବେ। କାହା ସହିତ ପାଟିତୁଣ୍ଡ ହୋଇପାରେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳି ନପାରେ।

ସିଂହ: ଧନ ଲାଭ ହେବ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ସଂପନ୍ନ ନ ହେବା କାରଣରୁ ଅନ୍ୟମାନଙ୍କ ଉପରେ ବିରକ୍ତ ହେବେ।

କନ୍ୟା: ଆର୍ଥିକ ଉନ୍ନତି ହେବ। ପରିବାରରେ କୌଣସି କଥାକୁ ନେଇ ମନାନ୍ତର ହୋଇପାରେ। ଭାତୃବିବାଦ ଦେଖାଦେଇ ପାରେ। ମହିଳାମାନେ ପ୍ରଶଂସା ପାଇପାରନ୍ତି।

ତୁଳା: ପୂର୍ବ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ ଓ ସେଥିରେ ସଫଳତା ପାଇବେ।

ବିଛା: କାର୍ଯ୍ୟସିଦ୍ଧି ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ହଠାତ୍ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।

ଧନୁ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କାହା ସହିତ ଝଗଡ଼ା କାରଣରୁ ଅପରାହ୍ଣରେ ମନ ଭାରାକ୍ରାନ୍ତ ରହିବ।

ମକର: ଜଗିରଖି ଚଳନ୍ତୁ। କୌଣସି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

କୁମ୍ଭ: ଦିନଟି ଖୁବ୍‌ ଭଲରେ କଟିବ। ବକେୟା ପ୍ରାପ୍ୟ ମିଳିବା ଯୋଗୁ ମନ ପ୍ରଫୁଲ୍ଲ ରହିବ। ବିବାଦରେ ନୂଆ ମୋଡ଼ ଦେଖାଦେବ। ପୂର୍ବ ସମସ୍ୟାର ସମାଧାନ ହୋଇଯିବ।

ମୀନ: ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ବିଜୟ ଲାଭ କରିବେ। ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ଯୋଗୁ ଆଜି ଉପକୃତ ହୋଇପାରିନ୍ତି। ବନ୍ଧୁ ମିଥ୍ୟା ଅଭିଯୋଗ ଆଣି ସମସ୍ୟା ସୃଷ୍ଟି କରିବାକୁ ପ୍ରୟାସ କରିପାରନ୍ତି।

Show More
Back to top button