ଜୀବନମନ୍ତ୍ରଦେଶନ୍ୟୁଜ୍ରାଜ୍ୟଶିକ୍ଷା

କାଲିଠୁ ରାଜଧାନୀରେ ଖୋଲିବ ସ୍କୁଲ୍‌, ଏହି ନିୟମ ବାଧ୍ୟତାମୂଳକ

ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୨/୨୦୨୧ : ଆସନ୍ତାକାଲି ଅର୍ଥାତ ଫେବୃଆରୀ ୫ ତାରିଖ ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ୍‌ ଖୋଲିବାକୁ ଯାଉଛି । ଶିକ୍ଷା ମନ୍ତ୍ରୀ ମନିଷ ସିଶୋଦିଆଙ୍କ ଅନୁସାରେ ୫ ତାରିଖ ଠାରୁ ଦିଲ୍ଲୀରେ ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବ । ଏହା ସହିତ କଲେଜ୍‌, ପଲିଟେକ୍‌ନିକ୍‌ ଡିଗ୍ରୀ, ଆଇଟିଆଇ ଏବଂ ଡିପ୍ଲୋମା ଅନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ସ୍କୁଲ୍‌କୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ କିଛି ନିୟମ ମାନିବାକୁ ବାଧ୍ୟତା ମୂଳକ କରାଯାଇଛି । ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି ।

ଦିଲ୍ଲୀରେ କରୋନା ଗାଇଡ୍‌ଲାଇନ୍‌ ଅନୁସରଣ କରିବା ବହୁତ ଜରୁରୀ । ଏହାଛଡ଼ା ସ୍କୁଲ ଭିତରେ ପ୍ରବେଶ କରିବା ପୂର୍ବରୁ ନିୟମ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି । କ୍ଲାସ୍‌ କରିବା ପୂର୍ବରୁ ପିଲାମାନେ ସେମାନଙ୍କ ଅଭିଭାବକଙ୍କ ନିକଟରୁ ଲିଖିତ ଅନୁମତି ଆଣିବା ପାଇଁ କୁହାଯାଇଛି ।

ଉପମୁଖ୍ୟମନ୍ତ୍ରୀ  ମନିଷ ସିଶୋଦିଆ ଏନେଇ କହିଛନ୍ତି ଯେ, ପାଖାପାଖି ୧୦ ମାସ ସ୍କୁଲ ଓ କଲେଜ୍‌ ବନ୍ଦ ରହିବା ପରେ ଏବେ ପରୀକ୍ଷା ଏବଂ ପ୍ରାଟିକାଲ୍‌ ପାଇଁ ପ୍ରସ୍ତୁତ ହେବାକୁ ଏହା  ଖୋଲାଯାଉଛି । ତେଣୁ ସ୍କୁଲ୍, କଲେଜ୍‌ ପୂନର୍ବାର ଖୋଲିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍‌ ବୋଲି ଶ୍ରୀ ସିଶୋଦିଆ କହିଛନ୍ତି ।

ସ୍କୁଲ୍, କଲେଜ୍‌କୁ ଯାଇ ଉପରିସ୍ଥ ଅଧିକାରୀ ଏହି ସବୁ ନିୟମ ଠିକ୍‌ରେ ପାଳନ ହୋଉଛି କି ନାହିଁ ଦେଖିବା ପାଇଁ ସିଶୋଦିଆ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବା, ମାସ୍କର ବ୍ୟବହାର କରିବା ଏବଂ ସାନିଟାଇଜର୍‌ର ବ୍ୟବହାର କରିବାକୁ ଏହି ନିୟମରେ କୁହାଯାଇଥିବା ଜଣା ପଡ଼ିଛି ।

Show More
Back to top button