ରାଜ୍ୟ

ଦୁବାଇରୁ ଏୟାର ଇଣ୍ଡିଆରେ ଓଡ଼ିଶା ଆସିଲେ ୧୫୧ ପ୍ରବାସୀ

ଭୁବନେଶ୍ୱର(ସତ୍ୟଶିଖା): ‘ବନ୍ଦେ ଭାରତ’ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଦୁବାଇରୁ ବାହାରିଥିବା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ବିମାନରେ ଓଡ଼ିଶାରୁ ୧୨ ଜିଲ୍ଲାରୁ ୧୫୧ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରବାସୀମାନେ ୨୦ ଜଣିଆ ଗ୍ରୁପ୍‌ରେ ବିମାନରୁ ଓହ୍ଲାଇବେ। ପରେ ସେମାନଙ୍କ ହାତରେ ଅଲିଭା କାଳିର ଷ୍ଟାମ୍ପ ଲାଗିବ। ତା’ପରେ ଏୟାରପୋର୍ଟ ବାହାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ‘କରୋନା’ ଲକ୍ଷଣ ଥିଲେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ନିଆଯିବ। ଅନ୍ୟ ଯାତ୍ରୀମାନେ ନିଜ ଗାଡ଼ିରେ ଘରକୁ ଯିବେ। ଭୁବନେଶ୍ୱର ଓ କଟକ ଯାତ୍ରୀମାନେ ଓଲା ଓ ଓବେର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅନ୍ୟ ଜିଲ୍ଲାର ଯାତ୍ରୀମାନେ ବସ୍‌ରେ ଘରକୁ ଫେରିବେ। ସେମାନେ ସେଠାରେ ସଙ୍ଗରୋଧ ହୋଇ ରହିବେ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

[ad_2]
Show More
Back to top button