Uncategorizedବାସ୍ତୁଶାସ୍ତ୍ରରାଶିଫଳ

ମଙ୍ଗଳବାର ରାଶିଫଳ : କେମିତି କଟିବ ଆଜିର ଦିନ

ସତ୍ୟଶିଖା,(ଭୁବନେଶ୍ୱର) ୨୩.୦୩ .୨୦୨୧ :

ମେଷ – ରାଶ୍ୟାଧିପ ନକ୍ଷେତ୍ରସ୍ଥ ବୁଧଙ୍କ ପ୍ରଭାବରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ସାମାଜିକ, କଳା, ସାହିତ୍ୟ,ଚଳଚିତ୍ର କ୍ଷେତ୍ରରେ ବନ୍ଧୁ ମହଲରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୮ ।

ବୃଷ – କର୍ମାଧିପ ସ୍ୱଭାବରୁ ଦ୍ୱାଦଶସ୍ଥ ହେତୁ ଦୁଃସାହସିକ କାମରେ ପ୍ରବେଶ କରି ଅନୁତାପ କରିବାକୁ ବାଧ୍ୟ ହେବେ । ପଋଳଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମିଥୁନ – ତୃତୀୟାଧିପ ନିଜ ଗୃହକୁ ଅବଲୋକନ କରୁଥିବାରୁ ଆଜି ବନ୍ଧୁଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ହେବେ । ଗଣ ଯୋଗାଯୋଗ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କର୍କଟ – କର୍ମାଧିପ ଏକାଦଶସ୍ଥ ଯୋଗୁ ଆଜି ବନ୍ଧୁଙ୍କ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱତାନ୍ୱିତ କରିବେ । ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟାଇ କ୍ରମଶଃ ସ୍ଥିରତା ଫେରିପାଇବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୩ ।

ସିଂହ – ବଳବାନ୍‌ ରାହୁ ଯୁକ୍ତ ମଙ୍ଗଳ ଯୁକ୍ତ ହୋଇ କର୍ମଭାବସ୍ଥ ହେତୁ ଦୃଢ ପଦକ୍ଷେପ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତିର ପରିଚାୟକ ହେବ । ରବି ନିଜସ୍ଥାନକୁ ଦେଖୁଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଖୁସି ଲଭିବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୯ ।

କନ୍ୟା – ତୃତୀୟସ୍ଥ କେତୁ ଅସାଧ୍ୟସାଧନ ପରିପ୍ରେକ୍ଷୀରେ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ସଫଳ ହେବେ । ଅଫିସରେ ଥିବା ସମୟରେ କୌନସି ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇ ଉଲ୍ଲସିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ତୁଳା – ଲାଭାଧିପ ଯୁକ୍ତ ରାଶ୍ୟାଧିପତି କୋଣଭାବରେ ରହିଥିବାରୁ କାର୍ଯ୍ୟସିଦ୍ଧି ସହିତ ଆର୍ଥିକ ଉନ୍ନତି ଆନନ୍ଦ ବର୍ଦ୍ଧନ କରିବ । ପରିବାରରେ ନିଜ ଲୋକଙ୍କ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।

ବିଛା – ପାପଗ୍ରହଙ୍କ କୁପ୍ରଭାବରୁ ଭଲ କାମ କରି ମଧ୍ୟ କେତେକ ସମସ୍ୟା ହେତୁ ମନ ଚହଲି ଯାଇପାରେ । ସ୍ୱାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହୋଇପାରେ । ପରିବହନରେ ଲାଭବାନ୍‌ ସଙ୍ଗକୁ ମନୋରଞ୍ଜନ କାମରୁ ପ୍ରଶଂସା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ଧନୁ – ରାଶି ଓ ଚତୁର୍ଥାଧିପତି ଦୁର୍ବଳ ହେତୁ ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ଲୋକପ୍ରିୟତା କାରଣରୁ ଶତ୍ରୁ ଠାରୁ ମଧ୍ୟ କାମ ହାସଲ କରି ନେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ମକର – ରାଶ୍ୟାଧିପତି ହତଭାଗ୍ୟ ଓ ତୃତୀୟାଧିପ ପ୍ରଭାବରୁ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବ । ମନୋରଞ୍ଜନ ଜିନିଷ କ୍ରୟ କରିବାକୁ ମନ ବଳାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କୁମ୍ଭ – ଶୁକ୍ରଙ୍କ ପ୍ରଭାବରୁ ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ସମ୍ଫୂର୍ଣ ଭାବେ ସନ୍ତୋଷ ସିନା ଆସିବ ନାହିଁ, ମାତ୍ର ମନ ଏକ ପ୍ରକାର ଖୁସି ରହିବ । ସଫଳତା ହାସଲ ଦିଗରେ ଜଣେ ବ୍ୟକ୍ତି ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।

ମୀନ – ବଳହାନୀ ରାଶ୍ୟାଧିପ କାରଣରୁ ବାହ୍ୟିକ ଦୃଷ୍ଟିକୋଣରୁ ସୁସ୍ଥ ଦେଖା ଗଲେ ମଧ୍ୟ ଅନ୍ତର୍ନିହିତ ରୋଗ ଅସୁବିଧାରେ ପକାଇପାରେ । କଠୋର ମାନସିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

Show More
Back to top button