ବାସ୍ତୁଶାସ୍ତ୍ରରାଶିଫଳ

ମଙ୍ଗଳବାର ରାଶିଫଳ: କେମିତି ରହିବ ଆଜିର ଦିନ

ସତ୍ୟଶିଖା (ମଙ୍ଗଳବାର)୨୩/୦୨/୨୦୨୧ :

ମେଷ – ଆଜି ମୁଖ୍ୟତଃ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ, କିନ୍ତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୧ ।

ବୃଷ – ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ ଯାହା ଆପଣ ଆଦୌ କଳ୍ପନା କରି ନ ଥିବେ । ପର କଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୬ ।

ମିଥୁନ – ଆଜି ସକାଳର ଯାତ୍ରା ପ୍ରୀତୀପ୍ରଦ ରହିବ । ବନ୍ଧୁଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ଅନୁଭବ କରିବେ । କାମରେ କିଛିଟା ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କର୍କଟ – ଅଯାଚିତ ଭାବେ ବନ୍ଧୁଙ୍କ ସାହାଯ୍ୟ ଓ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।

ସିଂହ – ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ । ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୫ ।

କନ୍ୟା – ଆଜି ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଶୁଭଫଳ ପାଇବେ । ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।

ତୁଳା – ପରିବାର ଭିତରେ କେତେକ ଅକୁହା କଥା ମନକୁ ବାରମ୍ବାର ଆଲୋଡିତ କରିପାରେ । ନିଜ ଲୋକଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୫ l

ବିଛା – କେତେକ ପାରିବାରିକ ସମସ୍ୟା ହେତୁ ମନଟା ଚହଲି ଯାଇପାରେ । କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶୁଭ ଅଙ୍କ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଧନୁ – ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।

ମକର – ବନ୍ଧୁମାନଙ୍କ ଦ୍ୱାରା ରାଜକୀୟ ସମ୍ମାନ ପାଇବେ । ଆଜିର ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହୋଇପାରିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।

କୁମ୍ଭ – ସମ୍ପୂର୍ଣ୍ଣ ଭାବେ ସନ୍ତୋଷ ସିନା ଆସିବ ନାହିଁ, ମାତ୍ର ମନ ଏକପ୍ରକାର ଖୁସି ରହିବ ।  କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।

ମୀନ- ସର୍ବଦା ବାସ୍ତବବାଦୀ ଚିନ୍ତାଧାରା ଓ ନିଜେ ଭଲ ନୀତିରେ ଚଳିବା କାରଣରୁ ସମାଲୋଚିତ ହେବେ । ଇଚ୍ଛା ନ ଥାଇ ଦୂର ସ୍ଥାନ ଯିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

Show More
Back to top button