ନ୍ୟୁଜ୍ରାଜ୍ୟ

ଭୀମସାର ଜୁନିୟର ଡାକ୍ତରଙ୍କ ଧାରଣା

ସତ୍ୟଶିଖା( ସମ୍ବଲପୁର ) ୨୯.୧୨.୨୦୨୧: ଓପିଡି ସେବା ବନ୍ଦ କରି ଧାରଣାରେ ବସିଲେ ବୁର୍ଲା ଭୀମସାରର ଜୁନିୟର ଡାକ୍ତର । କଳାବ୍ୟାଚ ପିନ୍ଧି ଡାକ୍ତରମାନେ ଧାରଣା ଦେଇଛନ୍ତି । ନିଟ୍ ପିଜି କାଉନସେଲିଂରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଧାରଣାକୁ ଓହ୍ଲାଇଛନ୍ତି । ନିଟ୍ ପିଜି କାଉନସେଲିଂରେ ଗୋଟିଏ ବର୍ଷ ବିଳମ୍ବ ହୋଇସାରିଲାଣି । ଫଳରେ ରୋଗୀ ସେବାରେ ଅତିରିକ୍ତ ବୋଝ ସାଙ୍ଗକୁ କାର୍ଯ୍ୟଭାର ବଢୁଛି । ରାଜ୍ୟ ସରକାର କେନ୍ଦ୍ରକୁ ପତ୍ର ଲେଖି ଚାପ ପକାନ୍ତୁ ବୋଲି ଜେଡିଏ ସଂଘ ଦାବି କରିଛି । ଏନେଇ ଭୀମସାରରେ ରୁଟିନ୍ ସର୍ଭିସ ବନ୍ଦ କରି ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।

Show More
Back to top button