ନ୍ୟୁଜ୍ରାଜ୍ୟ

କଣ୍ଠଶିଳ୍ପୀ ଅମ୍ରିତା ନାୟକ ପାଇବେ ପ୍ରଥମ ଉପେନ୍ଦ୍ର କୁମାର ପାହାଡସିଂହ ସମ୍ମାନ

ସତ୍ୟଶିଖା( ଭୁବନେଶ୍ୱର)୧୫.୦୪.୨୦୨୨ ଆସନ୍ତା ଏପ୍ରିଲ ୧୬ ତାରିଖରୁ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଅଷ୍ଟମ ଆଉଟରିଚ ରେଡିଓ ମେଳା-୨୦୨୨। ଚଳିତବର୍ଷ ପ୍ରଥମ କରି ଉପେନ୍ଦ୍ର କୁମାର ପାହାଡସିଂହ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। କିମ୍ବଦନ୍ତୀ ରେଡ଼ିଓ ବ୍ୟକ୍ତିତ୍ୱ ଉପେନ୍ଦ୍ର ପାହାଡ଼ସିଂହଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରତିବର୍ଷ ଏହି ସମ୍ମାନରେ ସମ୍ମାନିତ ହେବେ ସ୍ଵରର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ରଖି ପାରୁଥିବା ଜଣେ ଉଦୀୟମାନ ପ୍ରତିଭା। ରେଡିଓରେ ଉପସ୍ଥାପନା, ସଙ୍ଗୀତ, ନ୍ୟୁଜ ରିଡିଙ୍ଗ, ଭଏସ ଓଭର ଏବଂ ମିମିକ୍ରି ଇତ୍ୟାଦି କ୍ଷେତ୍ରରେ ଓଡିଶାବାସୀଙ୍କ ହୃଦୟକୁ ଛୁଇଁ ପାରିଥିବା ଜଣେ ଯୁବ ପ୍ରତିଭାଙ୍କୁ ପ୍ରତିବର୍ଷ ଦଶ ହଜାର ଟଙ୍କା ଅର୍ଥରାଶି ସହ ଏହି ସମ୍ମାନରେ ସମ୍ମାନିତ କରିବ ଆଉଟରିଚ ।

ତେବେ ଚଳିତ ବର୍ଷ ଏହି ସମ୍ମାନ ପାଇବେ କଣ୍ଠଶିଳ୍ପୀ ଅମ୍ରିତା ନାୟକ । ଜୀ ଟିଭିର ଅମୁଲ ସାରେଗାମାପା-୨୦୧୬ରେ ଜଣେ ପ୍ରତିଯୋଗୀ ଭାବେ ସେ ଭାଗ ନେଇଥିଲେ । ଏହାପରେ ବିଭିନ୍ନ ଭାଷାରେ ଗୀତ ଗାଇ ଜଣେ ଆଗ ଧାଡିର ଗାୟିକା ଭାବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଆରିଛନ୍ତି ଅମ୍ରିତା। ଏହା ସହିତ ସୋଶିଆଲ ମିଡିଆରେ ତାଙ୍କର ଅନେକ ଗୀତ ଲୋକଙ୍କ ମନକୁ ଛୁଇଁପାରିଛି।

Show More
Back to top button