

ସତ୍ୟଶିଖା(ଗୁଜୁରାଟ) ୧୦.୦୮ .୨୦୨୧: ଗୁଜୁରାଟର ଆମ୍ରେଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୧୦ଜଣ ଶ୍ରମିକ ଏହି ରାସ୍ତା କଡ଼ରେ ଶୋଇଥିଲେ । କୁହାଯାଉଛି ଯେ ଏହି ମର୍ମନ୍ତୁଦ ଦୁର୍ଘଟଣା ଭୋର ୩ ଟାରେ ଘଟିଛି । ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।