ଦେଶନ୍ୟୁଜ୍ରାଜନୀତି

ମାର୍ଗାରେଟ ଆଲଭାଙ୍କୁ ଟିଆରଏସର ସମର୍ଥନ

ସତ୍ୟଶିଖା( ନୂଆଦିଲ୍ଲୀ )୦୫.୦୮. ୨୦୨୨: ଆସନ୍ତାକାଲି ଉପରାଷ୍ଟ୍ରତି ନିର୍ବାଚନ ଅନୁଷ୍ଠିତ ହେବ । ଏହାରି ଭିତରେ ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ଦଳ ସମର୍ଥନ ଜଣାଇଛନ୍ତି । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ତେଲେଙ୍ଗନାର ଟିଆରଏସ  ଦଳ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିଛି । ଟିଆରଏସର ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବା ନେଇ ଦଳର ନେତା କେଶବ ରାଓ ଆଜି(ଶୁକ୍ରବାର) ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ମାର୍ଗାରେଟ ଆଲଭାଙ୍କୁ ଭୋଟ ଦେବା ପାଇଁ ଆମେ ଟିଆରଏସ ସାଂସଦମାନଙ୍କୁ ପରାମର୍ଶ ଦେଇଛୁ, ଆଜି ସନ୍ଧ୍ୟାରେ ମାର୍ଗାରେଟ ଆଲଭା ଟିଆରଏସ ସାଂସଦଙ୍କୁ ଭେଟିବେ ।” ରାଷ୍ଟ୍ରପତି ନିର୍ବାଚନରେ ଟିଆରଏସ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲା । ଏହା ପୂର୍ବରୁ ମାର୍ଗାରେଟ ଆଲଭାଙ୍କୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ସମର୍ଥନ ଜଣାଇଥିଲା । ଜୁଲାଇ ୧୯ରେ ନାମାଙ୍କନ ଭରିଥିଲେ ମାର୍ଗାରେଟ ଆଲଭା ।ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କେୟା ନାୟୁଡୁଙ୍କ କାର୍ୟ୍ୟକାଳ ଶେଷ ହେଉଛି । ସେଥିପାଇଁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ଜଦଦୀପ ଧନଖରଙ୍କୁ ପ୍ରାର୍ଥୀ କରିଛି । ଜୁଲାଇ ୧୮ ତାରିଖରେ ଧନଖର ନାମାଙ୍କନ ଭରିଥିଲେ । ମାର୍ଗାରେଟ ଅଲଭା ମଧ୍ୟ ଜୁଲାଇ ୧୯ ତାରିଖରେ ନାମାଙ୍କନ ଭରିସାରିଛନ୍ତି । ତେବେ ସଂଖ୍ୟା ଦୃଷ୍ଟିରୁ ଏନଡିଏ ମେଣ୍ଟ ନିକଟରେ ବିଜୟୀ ହେବା ପାଇଁ ଯଥେଷ୍ଟ ସଂଖ୍ୟା ଥିବା ପରି ଦୃଶ୍ୟମାନ ହେଉଛି ।

Show More
Back to top button