ସତ୍ୟଶିଖା ୧୨/୦୮/୨୦୨୫:୧୫୦୮ ମିଟର ଲମ୍ବର ତ୍ରିରଙ୍ଗା ଥିଲା । ଏଥରେ ସମସ୍ତେ ହଜାର ହଜାର ଲୋକ ସାମିଲ୍ ହୋଇ ଜାତୀୟ ଅଭିଯାନ ପ୍ରତି ଦେଶପ୍ରେମ ଏବଂ ଆନୁଗତ୍ୟର ଭାବନା ପ୍ରଦର୍ଶନ କରିଥିଲେ ।କାଶ୍ମୀରର ସ୍କୁଲ, ୱାର୍ଡ ଏବଂ ପଞ୍ଚାୟତ ସମେତ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ଦେଶପ୍ରେମର ଉତ୍ସାହ ଏବଂ ଜନଭାଗୀଦାରୀର ଏକ ପ୍ରଭାବଶାଳୀ ଲହରୀ ପରିଲକ୍ଷିତ ହେଉଛି । ଏହି ତ୍ରିରଙ୍ଗା ରାଲି ଏକତା, ସୃଜନଶୀଳତା ଏବଂ ଦେଶପ୍ରେମର ଉତ୍ସାହକୁ ପ୍ରତିଫଳିତ କରୁଛି ।ଆଉ ଦିନ କେଇଟା ପରେ ଦେଶ ପାଳିବ ସ୍ବାଧୀନତା ଦିବସ । ଏନେଇ ପଲ୍ଲୀରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ “ହର ଘର ତ୍ରିରଙ୍ଗା” ଆହ୍ୱାନରେ ପ୍ରତି ଘରେ ତ୍ରିରଙ୍ଗା ଉ଼ଡାଇବାକୁ ଆହ୍ୱାନ କରାଯାଇଛି।
ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ “ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି ।
