ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୧/୨୦୨୧ : ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଅନ୍ୟ ମନ୍ତ୍ରୀମାନେ ଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
‘ସହିଦ ଦିବସ’ ଭାବେ ନାମିତ ଆଜି ଗାନ୍ଧୀଜୀଙ୍କ ୭୩ତମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି: ଆଜି ସହିଦ ହୋଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି କୃତଜ୍ଞ ଦେଶ ତରଫରୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଶାନ୍ତି, ଅହିଂସା, ନିରାଡ଼ମ୍ବରତା, ପବିତ୍ରତାର ମାର୍ଗ ଏବଂ ନମ୍ରତା ଆଦି ତାଙ୍କର ଆଦର୍ଶଗୁଡ଼ିକୁ ଅନୁସରଣ କରିବା ଉଚିତ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ସମାଜବାଦୀ ନେତା ଅଖିଳେଶ ଯାଦବ ଏବଂ ଆହୁରି ଅନେକ ମନ୍ତ୍ରୀ ଓ ନେତାମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଟୁଇଟ୍ କରିଛନ୍ତି।