ଦେଶରାଜନୀତି

ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି

ସତ୍ୟଶିଖା(ନୂଆଦିଲ୍ଲୀ) ୦୬ .୧୨.୨୦୨୧: ଭାରତର ସମ୍ବିଧାନର ପ୍ରଣେତା ଭାରତ ରତ୍ନ ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ଦେଶବାସୀ ତାଙ୍କ ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରର୍ଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ଭବନ ପ୍ରାଙ୍ଗଣରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦେଶବାସୀ ତାଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ। କେନ୍ଦ୍ରର ବହୁ ମନ୍ତ୍ରୀ, ସାଂସଦ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ଦଳ ପକ୍ଷରୁ ବାବାସାହେବଙ୍କ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭାରତ ରତ୍ନ ବାବାସାହେବ ଆମ୍ବେଦକର ଭାରତକୁଏଭଳି ଏକ ପ୍ରଗତିଶୀଳ ଏବଂ ସର୍ବସମାବେଶୀ ସମ୍ବିଧାନ ପ୍ରଦାନ କରିଛନ୍ତି ଯାହା ସମୁଦାୟ ଦେଶକୁ ଏକତା ସୂତ୍ରରେ ବାନ୍ଧିରଖିବା ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜର ପ୍ରଗତି ସହିତ ଦେଶର ବିକାଶରେ ଭାଗୀଦାର ହେବାକୁ ପ୍ରେରଣା ଦେଉଛି ବୋଲି ସେମାନେ କହିଛନ୍ତି। ତାଙ୍କର ବିଚାର ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିଚାଲିବ ବୋଲି ସେମାନେ ମତ ରଖିଥିଲେ।

Show More
Back to top button