ଦୁର୍ଘଟଣା

ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ସତ୍ୟଶିଖା (ଭୁବନେଶ୍ୱର) ୦୮.୧୧.୨୦୨୩ : ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ l ଛତିଶଗଡ଼ରେ ମତଦାନ ବେଳେ ହୋଇଥିଲା ମାଓବାଦୀଙ୍କ IED ବିସ୍ଫୋରଣ । ସହିଦ ଯବାନ ଜଣକ ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଥାନା ଗୋପାଳପୁର ଗ୍ରାମର କରୁଣା କର ଶିଅଳଙ୍କ ପୁଅ ପ୍ରକାଶ ଚନ୍ଦ୍ର ଶିଅଳ l ନିର୍ବାଚନୀ ଡ୍ୟୁଟିରେ ମୁତୟନ ଥିଲେ ଜଣେ ଓଡ଼ିଆ ଯବାନ । ସୁକମା ଜିଲ୍ଲା ତୋଣ୍ଡମାରକା କ୍ୟାମ୍ପରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ହୋଇଥିଲା । ସେପଟେ ଯବାନ ପୁଅର ମୃତ୍ୟୁ ଖବର ପାଇ ପରିବାରଠୁ ଆରମ୍ଭ କରି ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

ପ୍ରକାଶଙ୍କର ଦୁଇଟି ୫ ବର୍ଷର ଯାଆଁଳା ଶିଶୁପୁତ୍ର ଥିବା ବେଳେ ସେପ୍ଟେମ୍ବର 7 ତାରିଖରେ ଶେଷ ଥର ପାଇଁ ସେ ଘରକୁ ଆସିଥିଲେ । ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ । ୨୦୦୬ରୁ BSFରେ ଯୋଗଦେଇ ୧୭ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିଲେ । ଦେଶ ମାତୃକାର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସହିଦ ପ୍ରକାଶଚନ୍ଦ୍ର ଶିଅଳ ।

Show More
Back to top button