ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : ଆମାଜନ ଇଣ୍ଡିଆ ଜରିଆରେ ବର୍ତ୍ତମାନ ଟ୍ରେନ ଟିକେଟ ମଧ୍ୟ ବୁକ କରିପାରିବେ । ଏଥିପାଇଁ ଆମାଜନ ଓ I.R.C.T.C ମଧ୍ୟରେ ଚୁକ୍ତି ହୋଇଛି । ଆମାଜନ ନିଜ ୱେବସାଇଟରେ ଟିକେଟ ରିଜର୍ଭେସନ କରାଇଲେ ପ୍ରଥମ ଟିକେଟ ବୁକିଂରେ ୧୦ ପ୍ରତିଶତ କ୍ୟାସବ୍ୟାକ ଦେବ । ପ୍ରାଇମ ମେମ୍ବର୍ସଙ୍କୁ ୧୨ ପ୍ରତିଶତ କ୍ୟାସବ୍ୟାକ ମିଳିବ । କ୍ୟାସବ୍ୟାକ ଅଫର ସୀମିତ ସମୟ ପାଇଁ ରହିଛି । ନୂଆ ଫିଚର ଅନୁଯାୟୀ, ପ୍ରାରମ୍ଭିକ ଅବଧି ପାଇଁ କମ୍ପାନୀ ସେବା ଓ ପେମେଣ୍ଟ ଗେଟୱେ ଟ୍ରାଞ୍ଜାକ୍ସନ ଚାର୍ଜରୁ ରିହାତି ମିଳିବ । ଏହା ଏକ ଲିମିଟେଡ଼ ପିରିୟଡ଼ ଅଫର । ଆମାଜନର ଟ୍ରେନ ଟିକେଟ ବୁକିଂ ଫିଚର ଏଣ୍ଡ୍ରଏଡ ଓ ଆଇଓଏସ ଉଭୟ ଆପ ୟୁଜର୍ସଙ୍କ ପାଇଁ ଉପଲବ୍ଧ ।
ବର୍ତ୍ତମାନ ଆମାଜନ୍ରୁ ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍ l
