ଦେଶନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ବର୍ତ୍ତମାନ ଆମାଜନ୍‌ରୁ ବୁକ୍ କରିପାରିବେ ଟ୍ରେନ୍ ଟିକେଟ୍ l

ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : ଆମାଜନ ଇଣ୍ଡିଆ ଜରିଆରେ ବର୍ତ୍ତମାନ ଟ୍ରେନ ଟିକେଟ ମଧ୍ୟ ବୁକ କରିପାରିବେ । ଏଥିପାଇଁ ଆମାଜନ ଓ I.R.C.T.C ମଧ୍ୟରେ ଚୁକ୍ତି ହୋଇଛି । ଆମାଜନ ନିଜ ୱେବସାଇଟରେ ଟିକେଟ ରିଜର୍ଭେସନ କରାଇଲେ ପ୍ରଥମ ଟିକେଟ ବୁକିଂରେ ୧୦ ପ୍ରତିଶତ କ୍ୟାସବ୍ୟାକ ଦେବ । ପ୍ରାଇମ ମେମ୍ବର୍ସଙ୍କୁ ୧୨ ପ୍ରତିଶତ କ୍ୟାସବ୍ୟାକ ମିଳିବ । କ୍ୟାସବ୍ୟାକ ଅଫର ସୀମିତ ସମୟ ପାଇଁ ରହିଛି । ନୂଆ ଫିଚର ଅନୁଯାୟୀ, ପ୍ରାରମ୍ଭିକ ଅବଧି ପାଇଁ କମ୍ପାନୀ ସେବା ଓ ପେମେଣ୍ଟ ଗେଟୱେ ଟ୍ରାଞ୍ଜାକ୍ସନ ଚାର୍ଜରୁ ରିହାତି ମିଳିବ । ଏହା ଏକ ଲିମିଟେଡ଼ ପିରିୟଡ଼ ଅଫର । ଆମାଜନର ଟ୍ରେନ ଟିକେଟ ବୁକିଂ ଫିଚର ଏଣ୍ଡ୍ରଏଡ ଓ  ଆଇଓଏସ ଉଭୟ ଆପ ୟୁଜର୍ସଙ୍କ ପାଇଁ ଉପଲବ୍ଧ ।ଆମାଜନ ପ୍ଲାଟଫର୍ମରେ ଆପଣ ଥରକେ ୬ଜଣଙ୍କ ପାଇଁ ଟ୍ରେନ ଟିକେଟ ବୁକ କରିପାରିବେ । ତତ୍କାଳ ଟିକେଟ ବୁକିଂ ମାମଲାରେ ଗୋଟିଏ ଟ୍ରାଞ୍ଜାକ୍ସନରେ ୪ଜଣଙ୍କ ପାଇଁ ଟିକେଟ ବୁକ କରାଯାଇପାରିବ । ଯାତ୍ରାର ୧୨୦ ଦିନ ପୂର୍ବରୁ ଆଡ଼ଭାନ୍ସ ଟିକେଟ ବୁକ କରିପାରିବେ । ପାଖାପାଖି ଦେଢ଼ ବର୍ଷ ପୂର୍ବରୁ ଆମାଜନ ନିଜ ପ୍ଲାଟଫର୍ମ ଜରିଆରେ ଫ୍ଲାଇଟ ଟିକେଟ ବୁକ କରିବା ସୁବିଧା ଆରମ୍ଭ କରିଥିଲା । ଏହାପରେ ୨୦୧୯ ନଭେମ୍ବରରେ ବସ ଟିକେଟ ବୁକିଂ ଫିଚର ଆଡ଼ କରିଥିଲା । ବର୍ତ୍ତମାନ କମ୍ପାନୀ ଗ୍ରାହକଙ୍କୁ ରିଜର୍ଭ ଟ୍ରେନ ଟିକେଟ ବୁକ କରିବା ସୁବିଧା ଦେଉଛି । ଆମାଜନ ପେ ରେ ଅନ୍ୟ ଏକ ଟ୍ରାଭେଲ କାଟାଗୋରୀକୁ ସଂଯୋଜିତ କରାଯାଇଛି ଯେଉଁଠି ଗ୍ରାହକଙ୍କୁ ଫ୍ଲାଇଟ, ବସ ଓ ଟ୍ରେନ ଟିକେଟ ବୁକିଂ ପାଇଁ ୱାନ୍ ସ୍ଟପ୍ ଶପ୍ ପେଶ କରାଯାଇଥାଏ । ଏଥରୁ ଟିକେଟ ବୁକ କଲେ ଆପଣଙ୍କୁ ଏହି ଆପରେ ପିଏନଆର ଷ୍ଟେଟସ ଚେକିଂ, ଲାଇଭ ଟ୍ରେନ ଟ୍ରାକିଙ୍ଗ, ଟିକେଟ ଡାଉନଲୋଡିଂ, କ୍ୟାସଲିଙ୍ଗ ସୁବିଧା ମଧ୍ୟ ମିଳିବ । ଆମାଜନ ପେ ରୁ ପେମେଣ୍ଟ କରୁଥିବା ଗ୍ରାହକଙ୍କୁ ଟିକେଟ କ୍ୟାନସେଲ ହେବାରେ ତତ୍କାଳ ରିଫଣ୍ଡ ମିଳିବ ।ଆମାଜନ ପେ ବାଲାନ୍ସ ବ୍ୟବହାର କରି ବୁକ କରିଥିବା ଟ୍ରେନ ଟିକେଟ କ୍ୟାନସେଲ କଲେ କିମ୍ବା ବୁକିଂ ଫେଲ ହେଲେ ଗ୍ରାହକଙ୍କୁ ତୁରନ୍ତ ରିଫଣ୍ଡ ମିଳିବ । ଆମାଜନ ଟ୍ରେନ ଟିକେଟ ବୁକିଂ ଫିଚର ଏଣ୍ଡ୍ରଏଡ଼ ଓ ଆଇଓଏସ ଉଭୟ ଆପ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଆମାଜନ ଆପରେ ଆମାଜନ ପେ ଟ୍ୟାବରେ ଟ୍ରାଭେଲ କାଟାଗୋରୀ ଅନୁସାରେ ଫ୍ଲାଇଟ, ଟ୍ରେନ, ବସ ଟିକେଟ ବୁକିଂ ଫିଚର ଉପଲବ୍ଧ । ୟୁଜର୍ସ ସହଜରେ ରେଳ ଯାତ୍ରା ରୁଟ, ଯାତ୍ରା ତାରିଖ ଆଦି ସିଲେକ୍ଟ କରିପାରିବେ ଏବଂ ସମସ୍ତ ଉପଲବ୍ଧ ଟ୍ରେନ ତାଲିକା ମଧ୍ୟ ଚେକ କରିପାରିବେ । ପେମେଣ୍ଟ ପାଇଁ ଆମାଜନ ପେ/ଆମାଜନ ପେ I.C.I.C.I କ୍ରେଡିଟ କାର୍ଡ କିମ୍ବା ଅନ୍ୟ ଡିଜିଟାଲ ପେମେଣ୍ଟ ମାଧ୍ୟମରେ କରିପାରିବେ । ଆମାଜନରୁ ବୁକ କରିଥିବା ଟ୍ରେନ ଟିକେଟ କ୍ୟାନସେଲ ପାଇଁ ୟୋର ଅର୍ଡର ସେକ୍ସନକୁ ଯାଇ କରିପାରିବେ ।

Show More
Back to top button