ମାସେ ପାଇଁ ଟ୍ରେନ ବାତିଲ

ସତ୍ୟଶିଖା(ଭୁବନେଶ୍ୱର )୨୫.୦୫.୨୦୨୨ : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ରେଳକୁ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ ବାତିଲ କରାଯାଉଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାରରେ ଛାଡୁଥିବା ଭୁବନେଶ୍ୱର-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୨୩ ପର୍ଯ୍ୟନ୍ତ ବାତିଲ ରହିବ। ମୁମ୍ବଇ ଏଲଟିଟିରୁ ପ୍ରତି ବୁଧବାର ଏବଂ ଶନିବାର ଛାଡୁଥିବା ମୁମ୍ବଇ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ ଜୁନ ୧୮ ପର୍ଯ୍ୟନ୍ତ ବାତିଲ ରହିବ। ସେହିପରି ପୁରୀରୁ ପ୍ରତି ମଙ୍ଗଳବାର ଛାଡୁଥିବା ପୁରୀ-ମୁମ୍ବଇ ଏଲଟିଟି ଏକ୍ସପ୍ରେସ ଜୁନ ୨୧ ପର୍ଯ୍ୟନ୍ତ ଏବଂ ମୁମ୍ବଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା ମୁମ୍ବଇ ଏଲଟିଟି-ପୁରୀ ଏକ୍ସପ୍ରେସ ଜୁନ ୨୩ ପର୍ଯ୍ୟନ୍ତ ବାତିଲ ରହିବ।

Exit mobile version