ସୋମବାର ରାଶିଫଳ :କେମିତି କଟିବ ଆଜିର ଦିନ


ସତ୍ୟଶିଖା ( ୦୮.୦୩.୨୦୨୧):
ମେଷ – ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ । ଶତ୍ରୁତା କାରଣରୁ ନିର୍ମାଣଶୀଳ କାମଗୁଡିକ ବାଧା ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ ନୀଳ । ଶୁଭ ଅଙ୍କ ୩ ।
ବୃଷ – ବନ୍ଧୁଙ୍କ ପାରିବାରିକ କଥାରେ କୌତୁହଳ ହୋଇ କଳହକୁ ନିମନ୍ତ୍ରଣ କରିପାରନ୍ତି । ଯିବା ରାସ୍ତାରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ମିଥୁନ – ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ସହକର୍ମୀମାନଙ୍କର ସହ-ଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
କର୍କଟ – କର୍ମକ୍ଷେତ୍ରର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ପରୋକ୍ଷ ଶତ୍ରୁତା କାରଣରୁ ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ସିଂହ – ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ । ବନ୍ଧୁମାନଙ୍କ ଛୋଟ ଛୋଟ କାଥାକୁ ଧରି ବସିଲେ ନିଜେ ହିଁ କ୍ଷତିରେ ପଡିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
କନ୍ୟା –କର୍ମକ୍ଷେତ୍ରରେ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହେବେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ତୁଳା – ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ବିଛା – ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ । ସାମାଜିକ ସ୍ତରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ଏଣୁ ସତର୍କ ରହିବା ଭଲ । ଶୁଭ ଅଙ୍କ ନୀଳ । ଶୁଭ ଅଙ୍କ ୭ ।
ଧନୁ – କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବେ । ସ୍ୱାସ୍ତ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି । ଆତ୍ମୀୟମାନଙ୍କ ନିକଟରୁ ସ୍ନେହ ଶ୍ରଦ୍ଧା ପାଇବା ଦୁର୍ଲଭ ହୋଇପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ମକର – ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଖି ଦୃଷ୍ଟିଆ ସଫଳତା ହାସଲ କରିପାରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
କୁମ୍ଭ – ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସହଜ ଓ ସୁବିଧାରେ କାମ ହାସଲ କରିବେ । ବ୍ୟବସାୟିକ କ୍ଷେତ୍ରରେ ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ମୀନ- ପ୍ରଶାସନିକ ସ୍ତରରେ ତର୍କ ଓ ବିବାଦ ବୃଦ୍ଧି ପାଇବା କାରଣରୁ ଟେନ୍ସନ ବଢିପାରେ । ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।