ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା, ୨ ମୃତ

ସତ୍ୟଶିଖା(ଯାଜପୁର ) ୦୮.୦୧.୨୦୨୨ : ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ପାଣିକୋଇଲି ଥାନା ଧନପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୂଯାଇ ଗୋଟିଏ କାରରେ ୪ ଜଣ ଯୁବକ ଯାଜପୁର ରୋଡ୍ ଅଭିମୁଖେ ଆସୁଥିବା ସମୟରେ ଧନପୁର ଛକ ନିକଟରେ ତାଙ୍କୁ ଏକ ଟ୍ରଲର ସାଇଡ୍ ମାରିବା ଫଳରେ କାର ଚାଳକ ଗାଡିକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ ।

ଯାହାଫଳରେ କାର ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଏକ ପୋଖରୀ ଭିତରକୁ ଖସି ପଡିଥିଲା । ଦୂର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଯୁବକଙ୍କୁ ଅତି ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ସାଇଡ୍ ମାରିଥିବା ଟ୍ରଲରର ପତ୍ତା ଲଗାଇବା ପାଇଁ ତଦନ୍ତ ଆରମ୍ଭ କରିଛି । ଏହାସହିତ ଘଟଣାସ୍ଥଳରେ ଏବେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।

Exit mobile version