ଧର୍ମନ୍ୟୁଜ୍ରାଜ୍ୟ

ପରମ୍ପରା ସହ ବେଙ୍ଗ-ବେଙ୍ଗୁଲି ବାହାଘର କଲେ ଆଦିବାସୀ ତା ପରେ ହେଲା ବର୍ଷା …..

ସତ୍ୟଶିଖା ( ମାଲକାନଗିରି ) ୩୧.୦୭.୨୦୨୦ : ଏବେବି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଆଦିବାସୀ । ବର୍ଷା ହେବା ପାଇଁ ବେଙ୍ଗ-ବେଙ୍ଗୁଲିଙ୍କୁ ବେଦିରେ ବସାଇ ଆଦିବାସୀ ରୀତିନୀତି ଅନୁସାରେ ବିବାହ କରିଛନ୍ତି ମାଲକାନଗିରିର ସେରପଲ୍ଲୀ ଗ୍ରାମବାସୀ । ସେରପଲ୍ଲୀ ଅଞ୍ଚଳରେ ଦୀର୍ଘଦିନ ହେଲା ବର୍ଷା ହେଉନାହିଁ । ଫଳରେ ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗ୍ରାମବାସୀମାନେ ଆଡମ୍ବରପୂର୍ଣ୍ଣ ଭାବେ ବେଙ୍ଗବେଙ୍ଗୁଲିଙ୍କ ବିବାହ କରିଛନ୍ତି । ପାରମ୍ପାରିକ ରୀତିନୀତି ଅନୁସାରେ ଏହି ବାହାଘର ସମ୍ପନ୍ନ ହୋଇଛି । ଶୁକ୍ରବାର ସକାଳେ ଗ୍ରାମ ମୁଖିଆ ଓ ପୂଜାରୀମାନେ ଜଙ୍ଗଲକୁ ଯାଇ ମହୁଲ ମୁଣ୍ଡା ଆଣିଥିଲେ । ଏହାପରେ ବର ଓ କନ୍ୟା ପକ୍ଷ ବେଦିରେ ପହଁଚି ବେଙ୍ଗ ବେଙ୍ଗୁଲିଙ୍କୁ ଧୋଇଥିଲେ ଓ ଏହାପରେ ବେଙ୍ଗବେଙ୍ଗୁଲିଙ୍କୁ ମଣିଷଙ୍କ ପରି ସଜାଇ ମନ୍ତ୍ରପାଠ ହୋଇଥିଲା ।ସାମାଜିକ ଦୂରତା ପାଳନ କରି ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଗ୍ରାମବାସୀମାନେ ଭୋଜି ମଧ୍ୟ ଖାଇଥିଲେ । ତେବେ ବାହାଘର ପରେ ବର୍ଷା ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ବିଶ୍ୱାସ ଜନ୍ମିଛି ।

Show More
Back to top button