ସତ୍ୟଶିଖା (ଭୁବନେଶ୍ୱର) ୧୫/୦୧/୨୦୨୧ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍ ସେଂଟର) ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ପୁରୀର ଉପ ଜିଲ୍ଲାପାଳ ଶ୍ରୀମତୀ ଇତିଶ୍ରୀ ନାୟକ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ଉତ୍ସବରେ ଟିପିସିଓଡିଏଲ୍ର ବରିଷ୍ଠ ପରିଚାଳନା ଅଧିକାରୀ ଓ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଟିପିସିଓଡିଏଲ୍ ଦ୍ୱାରା ପୁରୀରେ ଖୋଲିଲା ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର

ଉନ୍ନତ ଗ୍ରାହକ ଅଭିଜ୍ଞତା ପ୍ରଦାନ ପାଇଁ ଏହି ଗ୍ରାହକ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରଶିକ୍ଷଣପ୍ରାପ୍ତ । କ୍ୟୁ ମ୍ୟାନେଜମେଣ୍ଟ୍ ସିଷ୍ଟମ: କେନ୍ଦ୍ରକୁ ଗ୍ରାହକଙ୍କ ଆଗମନକୁ ଦକ୍ଷତାର ସହ ପରିଚାଳନା କରିବା । ସେଲ୍ଫଫ ହେଲ୍ପ କିଓସ୍କରେ ନୂତନ ସଂଯୋଗ ସଂକ୍ରାନ୍ତୀୟ ସୂଚନା, ଡୁପ୍ଲିକେଟ୍ ବିଲ, ଗ୍ରାହକ ବିବରଣୀ ସମ୍ପର୍କୀୟ ତଥ୍ୟ ଏହି ଇ-କିଓସ୍କରୁ ମିଳିପାରିବ ।