ପର୍ଯ୍ୟଟନ

ନୈାକା ଯାତ୍ରକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ :  ଆରମ୍ଭ ହୋଇଛି ଶୀତ ଋତୁ। ଆଉ ଏହି ଶୀତ ର ପହିଲି ସ୍ପଷରେ ଚିଲିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ। ପର୍ଯ୍ୟଟକଙ୍କ ଭିଡ ଚିଲିକାର ସ୍ବନ୍ଦର୍ଯ୍ୟ କୁ ଆହୁରୀ ଦୁଇଗୁଣା ବୃଦ୍ଧି କରୁଛି। ସାନ୍ତ ନୀଳ ଜଳରେ ଚିଲିକାର ସାଧବ ବୋହୁ ସାଜିଥିବା ଡଲଫିନ୍ ଙ୍କ ଜଳକ୍ରିଡା ଦେଖି ଭାବବିହୋଳ ହୋଇପଡୁଛନ୍ତି ପର୍ଯ୍ୟଟକ।

ଏପରିକି ନୈାକା ଯାତ୍ର କୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। କିନ୍ତୁ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥାନ ମଧ୍ୟରୁ ସାତପଡା ଚିଲିକା ଟିକେ ନିଆରା। ଶୀତ ଋତୁ ଆରମ୍ଭରୁ ସାତପଡାରେ ପର୍ଯ୍ୟଟକ ଙ୍କ ଭିଡ ଜମୁଥିବା ବେଳେ ପର୍ଯ୍ୟଟନ ସ୍ଥଳୀର ଭିତିଭୁମି ଅସଜଡା ହୋଇପଡିଛି।

ପର୍ଯ୍ୟଟକ ଙ୍କ ପାଇଁ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଜେଟି ସନ୍ଧ୍ୟା ହେଲେ ଅନ୍ଧାର ଓ ଅସାଜିକ ବ୍ୟକ୍ତି ଙ୍କ ଆଡା ସ୍ଥଳୀ ପାଲଟି ଯାଇଛି। ଯାହାକି ପର୍ଯ୍ୟଟକ ଙ୍କ ଅନେକ ସମୟରେ ଦୃବ୍ୟବହାର ର ସମୁଖିନ ହେବାକୁ ପଡୁଛି।

ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଓଡିଶାରେ ଥିବା ପର୍ଯ୍ୟଟନସ୍ଥଳୀକୁ ଆକୃଷ୍ଠ କରିବାକୁ ସରକାର କୋଟି କୋଟି ଖର୍ଚ୍ଚ କରୀ ପର୍ଯ୍ୟଟନ ସ୍ଥଳୀର ଉନ୍ନତୀକରଣ କରୁଛନ୍ତି। କିନ୍ତୁ ସାତପଡା ସରକାରଙ୍କ ନଜର ଆଢୁଆଳରେ ପଡିରହିଛି।

Show More
Back to top button